#Breaking News

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ କନ୍ଧମାଳ ଆସିବେ !


ଫୁଲ ବାଣୀ-( ସୁନୀଲ ପଟ୍ଟନାୟକ) ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ରବିବାର କନ୍ଧମାଳ ଗସ୍ତରେ ଅସୁଥିବା ସୂଚନା ମିଳିଛି ।
ଡିଜି ଅଭୟରବିବାର ଆଜି ଦିନ ପ୍ରାୟ ୨ଟା ସମୟରେ ହେଲିକପ୍ଟର ଯୋଗେ ଫୁଲ ବାଣୀ ଆସିବେ। ତାଙ୍କ ସହ ରାଜ୍ୟ ର କିଛି ବରୀଷ୍ଠ ପୋଲିସ ଅଧିକାରୀ ମଧ୍ୟ ଆସୁଥିବା ଶୁଣିବାକୁ ମି ଳିଛି । ଜିଲ୍ଲାର ମା ଓ ମୁକାବିଲା ପାଇଁ କଣ ସବୁ ପଦକ୍ଷେ ପ ନିଆଯାଉଛି ସେ ସଂପର୍କରେ ସମୀକ୍ଷା କରିବେଓ ଆଗକୁ ମଧ୍ୟ କିଭଳି ରଣନିତୀ ପ୍ରସ୍ତୁତ ହେବ ସେ ନେଇ ମଧ୍ୟ ଆଲୋଚନା କରାଯିବା ସମ୍ଭାବନା ରହିଛି ।
ସେହିପରି ଜିଲ୍ଲାରେ ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ମଧ୍ୟ ସମୀକ୍ଷ। କରିବେ ପୋଲିସ ଡିଜି ଅଭୟ ବୋଲି ବିଶ୍ଵସ୍ତ ସୁତ୍ରରୁ ଜଣାପଡିଛି । ଡିଜିଙ୍କ ଗ୍ରସ୍ତ ନିଶ୍ଚିତଭାବେ ଜିଲ୍ଲା ପୋଲିସ ଅଫିସର ଓ ମାଓ ମୁକାବିଲାରେ ସାମିଲ ଜବାନମାନଙ୍କ ମନୋବଳ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୁହାଯାଉଛି।

Leave a comment

Your email address will not be published. Required fields are marked *