#Breaking News

କରୋନାରେ ନୂଆ ପଦର ଅଞ୍ଚଳର ବ୍ୟବସାୟୀଙ୍କ ପରଲୋକ


ଫୁଲବାଣୀ- (ସୁନୀଲ ପଟ୍ଟନାୟକ)
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆ ପଦର ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ତଥା ସମାଜସେବୀ ରମେଶ ଗନ୍ତାୟତଙ୍କ କରୋନାରେ ପରଲୋକ ହୋଇଯାଇଛି । ଫଳରେ ନୁଆପଦର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୯ ବର୍ଷ ହୋଇଥିଲା ।
ରମେଶ ଚଳିତ ମାସ ୧ ତାରିଖରେ ଥଣ୍ଡା ଜ୍ଵରରେ ଆକ୍ରାନ୍ତ ହୋଇଥିଲେ।ପରେ କରେ। ନା ଟେଷ୍ଟ କରିଥିଲେ। ପଜିଟିଭ ଆସିବାପରେ ଦୁଇ ଦିନ ଘରେ ରହି ମେଡିସିନ ଖାଇ ଥିଲେ । ତେବେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଫୁଲ ବାଣୀ କୋଭିଡ଼ ହସ୍ପିଟାଲରେ ଭର୍ତି କର ।ଯାଇଥିଲା। ସେଠାରେ ୧୦ ଦିନ ଚିକିତ୍ସିତ ହେବ। ପରେ ମଧ୍ୟ ସ୍ୱାସ୍ଥ୍ୟରେ ଉନ୍ନତି ନ ଆସିବା ଫଳରେ ତାଙ୍କୁ ଭୁବନେଶ୍ଵରସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ୧୬ ତାରିଖ ଦିନମୃତ୍ୟୁ ଘଟିଥିଲା ।ରମେଶଙ୍କ ମୃତ୍ୟୁରେ ପରିବହନମନ୍ତ୍ରୀ ପଦ୍ମନାଭ ବେହେରା ଗଭିର ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ସେହିପରି ସ୍ଥାନୀୟ ସରପଞ୍ଚ , ସମାଜସେବୀ ଗୟାଧର ଡିଗଲ, ପ୍ରାଣକୃଷ୍ଣଦୀପ,ପବୀତ୍ର ପାଣିଗ୍ରାହୀ, ବିଜୟ ପାଣିଗ୍ରାହୀ,ଫାଦ୍ରି ବେହେରା । ଭିସିଲକହଁର, ମିନକେତନ ସାହୁ , ପ୍ରଦୀପ ବେହେରା , ତ୍ରୀ ନାଥ କହର, ସୁଶାନ୍ତ ବେହେରା ଓ ବ୍ୟବସାୟୀ ସଂଘ କର୍ମକର୍ତ୍ତା ପ୍ରମୁଖ ବ୍ୟବସାୟୀ ରମେଶଙ୍କ ଅକାଳ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ତଥା ସହୃଦୟ ବ୍ୟକ୍ତି ଥିଲେ ବୋଲି କହିଛନ୍ତି ।

Leave a comment

Your email address will not be published. Required fields are marked *