#Breaking News

ଗରୀବ ଆଦିବାସୀ ଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଜଳ ବିଭାଜିକା ପକ୍ଷରୁ ଆମ୍ବ ଓ ଫୁଲଝ।ଡୁ ଚାଷ


ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)
ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲାର ଗରୀବ ଆଦିବାସୀ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ପାଇଁ ଜଳ ଚକାପାଦବିଭାଜିକା ପ୍ରକଳ୍ପ ପକ୍ଷରୁ ବନ୍ଧ ଖମଣ
ଗ୍ରାମରେ ଚାଷୀମାନଙ୍କ ପାଇଁ ଆମ୍ବ ଓ ଫୁଲ ଝାଡୁଚାଷ କରାଯାଇଛି । ମହାତ୍ମ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ରେ ବନ୍ଧଖମଣଗ୍ରାମରେ
ଗତ ୨୦ ୨୦/୨୧ଆର୍ଥୀକ ବର୍ଷରେ ୪-୫ ହେକ୍ଟର ଚାଷ ଜମିରେ ୮ଲକ୍ଷ ୩୦ ହଜାର ଟଙ୍କା ଅନୁଦାନରେ ଆମ୍ବ ଓ ଫୁଲ ଝାଡୁଚାଷ କରାଯାଇଛି, Iଏଥିରେ ୨୩୨୭ ଶ୍ରମ ଦିବସ ସୃଷ୍ଟି କରାଯାଇ ୪ଲକ୍ଷ ୮୧ହଜାର ୭୯୩ ଟଙ୍କା ମଜୁରୀ ପ୍ରଦାନ କରାଯାଇଥିବାବେଳେ ସାମଗ୍ରୀ ବାବଦରେ ୩ଲକ୍ଷ ୪୮ହଜାର ୨୦୭ ଟଙ୍କା ଏହି ପରି ମୋଟ ୮ଲକ୍ଷ ୩୦ ହଜାର ଟଙ୍କା ଖର୍ଚ କରାଯାଇ ଥିବା ଜଣାପଡିଛି । ଗଛ ଚାରା ଯେପରି ନଷ୍ଟ ନ ହେବ ସେଥିପାଇଁ ଚର୍ତୁ ପାଶ୍ୱରେ ତାର ବାଡ଼ ମଧ୍ୟ ବୁଲାଯାଇଥିଲା।
ଫଳରେଏହା ଦ୍ଵାରା ଅଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି କୁହାଯାଉଛି।
ତେବେ ରକ୍ଷଣାବେକ୍ଷଣ ଅଭାବରୁ କିଛି ଗଛ ଚାରା ନଷ୍ଟ ହୋଇଯିବା ସହ ତାର ଜାଲି କିଛି ଅଂଶ ମଧ୍ୟ ଚୋରୀ କରି କିଏ ନେଇ ପଳାଇଥିବା ଅଭିଯୋଗ ହେଉଛି । ଫଳରେ ବିଭାଗ ପକ୍ଷରୁ ପୁଣିଥରେ ରକ୍ଷଣାବେକ୍ଷଣ କରାଯାଉଥିବା କଥା ପିଆଇଏ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲାରେ ଦୁଇହଜାର ଛଅଶହ ପଞ୍ଚସ୍ତୋରୀଟି ଫାର୍ମ ପଣ୍ଡ ନିର୍ମାଣ କରାଯାଇ ଚାଷୀମାନଙ୍କ ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଇଥିବା କଥା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ ତ୍ରିପାଠୀ କହିଛନ୍ତି । ଏଥିରେ ୫,୭ ୭,୦୫୨ ଶ୍ରମ ଦିବସ ସୃଷ୍ଟି କରାଯାଇଥିବା ସେ କହିଛନ୍ତି ।

କେବଳ ଏହି ଗୋଟିଏ ସ୍ଥାନ ନୁହେଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜଳ ବିଭାଜିକା ପକ୍ଷରୁ ଫଳ ଚାଷ କରାଯାଉଛି ଯାହାକି ଆଗାମୀ ଦିନରେ ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୁର୍ଦ୍ଧିରେ ସହାୟକ ହେବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ କହିଛନ୍ତି ।

Leave a comment

Your email address will not be published. Required fields are marked *