ବାଲିଗୁଡା : ସିମନବାଡ଼ିରେ ଜବର ଦଖଲ ଉଛେଦ ଆରମ୍ଭ

Udaya_Labanya | July 19, 2021 | 10 views |0 | Breaking News


ବାଲିଗୁଡା,୧୯/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ବଜାର ନିକଟ ବନବିଭାଗ କାର୍ଯ୍ୟାଳୟ, ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ପ୍ରାଣୀଧନ ସହାୟକ କେନ୍ଦ୍ର ସାମ୍ନା ରାସ୍ତାକଡ଼ରେ ଥିବା ସମସ୍ତ ଦୋକାନ ଗୁଡିକ ସରକାରୀ ଜମିରେ ଥିବାରୁ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ଜବର ଦଖଲ ଉଛେଦ କରିଥିବା ଦେଖିବାକୁ ମିଳିଛି। ଏହି ରାସ୍ତା କଡ଼ରେ କିଛି ବ୍ୟବସାୟୀ ନିଜର ବ୍ୟବସାୟ ନିମନ୍ତେ ଟିଣ ଘର କରି ବ୍ୟବସାୟ କରୁଥିଲେ। ହେଲେ ଉକ୍ତ ଜମିଟି ସରକାରୀ ଜମି ହୋଇଥିବା ଯୋଗୁଁ ଦୁଇ ଦିନ ପୂର୍ବରୁ ଉକ୍ତ ସ୍ଥାନରୁ ଦୋକାନ ଗୁଡିକୁ ହଟାଇବା ନିମନ୍ତେ ଦୋକାନୀ ମାନଙ୍କୁ ସୂଚନା ଦିଆଯାଇଥିଲା। ହେଲେ ଦୋକାନ ଗୁଡିକ ଉଠାଯାଇନଥିବା ଯୋଗୁଁ ଦାରିଙ୍ଗବାଡ଼ି ତହସିଲଦାର କଳାକୃଷ୍ଣ ପ୍ରଧାନ ସିମନବାଡ଼ି ବଜାରରେ ପହଂଚି ପୋଲିସ ଉପସ୍ଥିତରେ ଜେସିବି ମାଧ୍ୟମରେ କିଛି ଦୋକାନ ଭାଙ୍ଗିଥିବା ବେଳେ ଆଉ କିଛି ଦୋକାନ, ବ୍ୟବସାୟୀ ମାନେ ନିଜେ ନିଜର ଭାଙ୍ଗିଦେଇଥିଲେ । ଅନ୍ୟ ପକ୍ଷରେ ଜମିରୁ ଉଛେଦ ହୋଇଥିବା ବ୍ୟବସାୟୀ ମାନଙ୍କୁ ସିମନବାଡ଼ି ହାଟପଦାରେ ନିଜ ନିଜର ବ୍ୟବସାୟ କରିବା ପାଇଁ ତହସିଲଦାର କହିଥିଲେ। ଏହି ଉଛେଦ ସମୟରେ ଏସଆଇ ସୌମ୍ୟରଞ୍ଜନ ଜେନା, ସିମନବାଡ଼ି ରାଜସ୍ୱ ନିରୀକ୍ଷକ ବିଜୟ ବେହେରା, ସହକାରୀ ରାଜସ୍ୱ ନିରୀକ୍ଷକ ଗଣେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories