#Breaking News

୧୩ବର୍ଷ ହେଲା ଖଟିଆ ରେ ଭିନ୍ନକ୍ଷମ ଦୀପକ


ଫୁଲବାଣୀ- (ସୁନୀଲ ପଟନାୟକ)
ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୩ବର୍ଷ ହେଲା ଖଟିଆ ରେ ପଡିରହିଛି ଦୀପକ । ତା ବୟସର ପିଲାମାନେ ଖେଳା ବୁଲା କରିବା ସହ ପାଠ ପଢିବାକୁ ବହି ବ ସ୍ତାନୀ ଧରି ସ୍କୁଲକୁ ଯାଉଥିବାବେଳେ ଦୀପକ ଭିନ୍ନକ୍ଷମ ହୋଇ ଖଟିଆରେ ଶୋଇଛି । ଚାଲି ପାରୁନି ଜମା । କିଏ ଖୁଆଇଦେଲେ ଖାଉଛି ।ପୁଅରଚିକିତ୍ସା ପାଇଁ ହାତରେ ପଇସାଟିଏ ନାହିଁ। ଏଣେ ପ୍ରାଣୀ କୁଟୁମ୍ବ ପରିବାର ଚଳାଇବା ମୁସ୍କିଲ । ଚିକିତ୍ସା କେମିତି କରିବେ?ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ପ କାରି ପଞ୍ଚାୟତର ସାମନାଗୁଡ ଗ୍ରାମରେ।
ଦୀପକର ଅବସ୍ଥାଦେଖି ଦୀପକଙ୍କମା ଓ ବାପାଙ୍କ ଆଖିରୁ ଲୁହ ଶୁଖିୁନି। ବାପା ମତ୍ସ୍ୟ ଡିଗଲ ପୁଅର ଚିକିତ୍ସା ପାଇଁ ଫୁଲ ବାଣୀ ସଦର ମହକୁମା ଡାକ୍ତରଖାନାକୁ ନେଇଥିଲେ, ତେବେ ଡାକ୍ତର ବଡ଼ମାକ୍ତରଖାନାକୁ ନେବାକୁ କହିଥିଲେ । ଫଳରେ ଅର୍ଥାଭାବ ଯୋଗୁ
ପୁଅର ଚିକିତ୍ସା ନ କରି ପାରି ଘରେ ରହିଛନ୍ତି ।
କେହି ବଦାନ୍ୟ ବ୍ୟକ୍ତିବିଶେଷ ଅଥବା ସରକାର କିମ୍ବା ସ୍ୱେଛାସେବୀ ସଂଗଠନ ଦୀପକ ରଚିକିତ୍ସା ପାଇଁ ସହାୟତାର ହାତ ବଢାଇଲେ ଦୀପକ ସୁସ୍ଥ ହୋଇପାରନ୍ତ । ଓଅନ୍ୟ ପିଲାଙ୍କ ସହ ସ୍କୁଲ ଯାଆନ୍ତ । ବୋଲି କୋହଭରା କଣ୍ଠରେ କହିଛନ୍ତି ଦୀପକ ରବାପା ମତ୍ସ୍ୟ ଡିଗଲ।

Leave a comment

Your email address will not be published. Required fields are marked *