ଛାତ୍ର ବୃତ୍ତି ଟଙ୍କାରେ ନିଜ ଗ୍ରାମର ପିଲାଙ୍କୁ ପାଠ ପଢାଇ ଆସୁଛନ୍ତି ରାଜେଶ

Udaya_Labanya | July 21, 2021 | 26 views |0 | Breaking News


ଫୁଲବାଣୀ -(ସୁନୀଲ ପଟନାୟକ )
ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ଘୁଉଦୟଗିରି ବ୍ଳକ୍ ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତୀ ବର୍ତ୍ତମାନ ଓଡ଼ିଶାର ଐତିହ୍ୟ ସମ୍ପର୍ଣ୍ଣ ରେଭେନ୍ସା ବିଶ୍ୱବିଦ୍ୟାଳୟ ର ଇତିହାସ ବିଭାଗରେ ଏମ୍.ଫିଲ୍ ପାଠ୍ୟକ୍ରମ ଉପରେ ଗବେଷଣା କରୁଛନ୍ତି, କରୋନା ମହାମାରୀ ର ଦ୍ୱିତୀୟ ଲହରୀ ଦୃଷ୍ଟିକୋଣରୁ ବର୍ତ୍ତମାନ ସେ ନିଜ ଗାଁକୁ ଚାଲି ଆସିଛନ୍ତି, ପରବର୍ତ୍ତୀ ସମୟରେ ସେ ଗାଁରେ ରହିବା ସମୟରେ ମଧ୍ୟରେ କରୋନା ମହାମାରୀ ଯୋଗୁଁ ଦେଶରେ ଲକଡାଉନ ଯୋଗୁଁ ଗତ ୨୦୨୦ ମସିହା ମାର୍ଚ୍ଚ ମାସରୁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ରହିଛି, ଏହି ସମୟରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷା କ୍ଷେତ୍ରରେ ଅବନତି ସୃଷ୍ଟି ହେବା ହୃଦବୋଧ କରି ସେ ଗଟାମାହା ଗାଁର ପ୍ରଥମ ଶ୍ରେଣୀ ଠାରୁ ଆରମ୍ଭ କରି ଦଶମ ଶ୍ରେଣୀର ୧୨ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କୁ ପ୍ରତିଦିନ ସକାଳ ୭.୩୦ ଟା ରୁ ଦିନ ୧୦.୩୦ ଘଟିକା ଏବଂ ସନ୍ଧ୍ୟା ୬ଟା ସମୟରୁ ରାତି ୯ ଟା ପର୍ଯ୍ୟନ୍ତ ମାଗଣାରେ ଶିକ୍ଷାଦାନ କରିଆସୁଛନ୍ତି, ଏହା ସହ ଛାତ୍ର ବୃତ୍ତି ବାବଦକୁ ଯେଉଁ ଟଙ୍କା ପାଇଥିଲେ ସେହି ଟଙ୍କା ରେ ଖାତା ଓ ବହି କିଣି ନିଜ ଗ୍ରାମର ପିଲାମାନଙ୍କୁ ଯୋଗାଇ ଦେଇଛନ୍ତି, ନିଜେ ଯେମିତି ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିଲେ, ନିଜ ଜନ୍ମ ମାଟିର ପିଲାମାନେ ମଧ୍ୟ କିଭଳି ଭାବେ ଆଗକୁ ବଢ଼ିପାରିବେ ସେଥି ନିମନ୍ତେ ସଦାସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ଏହା ସହ ଆଗକୁ ନିଜ ଗ୍ରାମରେ ଏକ ଲାଇବ୍ରେରୀ ପ୍ରତିଷ୍ଠା ପାଇଁ ସେ ଉଦ୍ୟମ ଜାରି ରଖିଛନ୍ତି, ଛୋଟରୁ ବଡ଼ ସମସ୍ତ ପିଲାଙ୍କୁ ନିଜ ପାଖରେ ବସାଇ ଶିକ୍ଷାଦାନ କରି ସେ ପ୍ରଶଂସାର ପାତ୍ର ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ରାଜେଶ କହନ୍ତି, ଜନ୍ମ କଲା ମା’ ପ୍ରତି ପୁଅର ସ୍ନେହ, ମମତା, କର୍ତ୍ତବ୍ୟ ରହିଛି । ସେହିଭଳି ନିଜ ଜନ୍ମମାଟି ପ୍ରତି ମଧ୍ୟ କର୍ତ୍ତବ୍ୟ ରହିଛି । ଗାଁର ଉନ୍ନତି ସାଙ୍ଗକୁ ମୋ ଗାଁ ପିଲାମାନଙ୍କୁ ଶିକ୍ଷା କ୍ଷେତ୍ରରେ ବିକଶିତ କରିବା ମୋର ଏକମାତ୍ର ଲକ୍ଷ୍ୟ ବୋଲି ସେ କୁହନ୍ତି । ଏହା ବ୍ୟତୀତ ଗାଁରେ ଅବସ୍ଥାପିତ ସମୟ ମଧ୍ୟରେ କନ୍ଧମାଳ ଜିଲ୍ଲା ସହ ଓଡ଼ିଶାର ବିଭିନ୍ନ ଜିଲ୍ଲାର ଉପାନ୍ତ ତଥା ଦୁର୍ଗମ ପାହାଡିଆ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ କେଉଁ ଭଳି ଭାବେ ବିକାଶ ହୋଇପାରିବ ଏହାକୁ ଭିତ୍ତି କରି ସେ ଭାରତର ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଏବଂ  ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଏହା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ୨୮୦୦ ରୁ ଉର୍ଦ୍ଧ୍ବ ଚିଠି ଏବଂ ୭୪୦୦ ରୁ ଉର୍ଦ୍ଧ୍ବ Tweet କରି ବିଭିନ୍ନ ସମସ୍ୟାର ସମାଧାନ ସହ ବିକାଶ ମୂଳକ ତଥା ସାମାଜିକ କାର୍ଯ୍ୟ କରିଆସୁଛନ୍ତି.

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories