ଜନତା ଦଳର ପୂର୍ବତନ ସଭାପତି ସଦାଶିବ ପାତ୍ରଙ୍କ ଏକାଦଶାହ ପାଳନରେ ଶୋକସଭା

Udaya_Labanya | July 21, 2021 | 7 views |0 | Breaking News


ବାଲିଗୁଡା,୨୦/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଜନତା ଦଳର ପୂର୍ବତନ ନିର୍ବାଚନ ମଣ୍ଡଳୀ ସଭାପତି ସ୍ବର୍ଗତଃ ସଦାଶିବ ପାତ୍ରଙ୍କ ଏକାଦଶାହ ପାଳନ ଅବସରରେ ଏକ ଶୋକସଭା ବାଲିଗୁଡା ନୂଆସାହି ସ୍ଥିତ ବାସଭବନରେ ଅନୁଷ୍ଠିତ ହୋଇଯାଇଛି l ସ୍ବର୍ଗତଃ ପାତ୍ର ଏହି ଉତ୍ସବରେ କନ୍ଧମାଳର ବରିଷ୍ଠ ଭାଜପା ନେତା କମଳାକାନ୍ତ ପାଣ୍ଡେ , ବ୍ଲକ ବିଜେଡି ସଭାପତି ଟୁନା ଦାସ, ସମାଜସେବୀ ଦିଗାମ୍ବର ପାଣିଗ୍ରାହୀ,ବରିଷ୍ଠ କଂଗ୍ରେସ କର୍ମୀ ଶିବରାମ ପ୍ରଧାନୀଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ବିଶିଷ୍ଟ ବ୍ୟକ୍ତି ପ୍ରମୁଖ ଯୋଗଦେଇ ସ୍ବର୍ଗତଃ ପାତ୍ରଙ୍କ ଆତ୍ମାର ସଦଗତି କାମନାକରି ଫୋଟଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିଥିଲେ l ଏକା ଧାରାରେ ସେ ଜଣେ ରାଜନେତା ସମାଜସେବୀ ଶାନ୍ତଶିଷ୍ଟ ଓ ପରୋପକାରୀ ଅମାୟିକ ବ୍ୟକ୍ତିତ୍ବ ଥିଲେ l ସୂଚନା ଯୋଗ୍ୟ, ୧୯୮୯-୯୦ ମସିହାରେ ସଦାଶିବ ପାତ୍ରଙ୍କ ନେତୃତ୍ବ ରେ ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ବିଧାୟକ ଏବଂ କନ୍ଧମାଳ ସାଂସଦ ପଦବୀ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ l ତତ୍କାଳୀନ ଜନତା ଦଳର କନ୍ଧମାଳ ସଭାପତି କମଳା କାନ୍ତ ପାଣ୍ଡେ ଏବଂ ବିଜୁବାବୁଙ୍କ ସହଯୋଗୀ ମଧ୍ୟ ଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories