ମହିଳା କୃଷି ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧିତ

Udaya_Labanya | July 21, 2021 | 20 views |0 | Breaking News


ବରଗଡ:(ଉଲାପ୍ର)
ନାବାର୍ଡ଼ ର ୪୦ତମ ପ୍ରତିଷ୍ଠା ଦିବସ କୋଭିଡ କଟକଣା କୁ ଦୃଷ୍ଟି ରେ ରଖି ଭାରଚୁଆଲ ମୋଡ଼ ରେ ପାଳିତ ହୋଇଯାଇଛି । ଏହି ଅବସରରେ ରାଜ୍ୟର ୩୦ଗୋଟି ଜିଲ୍ଲାରୁ ଜଣେ ଲେଖାଏଁ ଅଗ୍ରଣୀ ଚାଷୀମାନଙ୍କୁ ମାନ୍ୟବର ରାଜ୍ୟପାଳ ଗଣେଶୀ ଲାଲ ପୁରସ୍କୃତ କରିଥିଲେ । ବରଗଡ଼ ଜିଲ୍ଲାର ମହିଳା ଅଗ୍ରଣୀ ଚାଷୀ ସନ୍ଧ୍ୟା ରାଣୀ କୁମାରଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା । ବରଗଡ଼ ବ୍ଲକ ଅନ୍ତର୍ଗତ ପିପିଲି ପାଲି ଗ୍ରାମ ନିବାସୀ ସନ୍ଧ୍ୟା ରାଣୀ ଗୋପାଲନ, କୁକୁଡ଼ା ପାଳନ, ଛତୁ ଚାଷ ଓ ମାଛ ଚାଷ କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି । ନାବାର୍ଡ଼ ଓଡିଶା ଜରିଆରେ ସେ ଏ ଦିଗରେ ତାଲିମ ମଧ୍ୟ ଗ୍ରହଣ କରିଥିଲେ । ବରଗଡ଼ ଏନ ଆଇ ସି ଠାରେ ଏହି ପ୍ରତିଷ୍ଠା ଦିବସ ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ନାବାର୍ଡ଼ ର ଜିଲ୍ଲା ବିକାଶ ପ୍ରବନ୍ଧକ ହଟ କିଶୋର ବେହେରା ଉପସ୍ଥିତ ଥିଲେ l ଏହି ଅବସରରେ ନିଉ ଲାଇଫ ଫାଉଣ୍ଡେସନ ତରଫରୁ ସଂସ୍ଥା ର ଚେୟାରମ୍ୟାନ କଳାକାହ୍ନୁ ଦୀପ ଓ ତାଙ୍କର କର୍ମକର୍ତା ଙ୍କ ଦ୍ୱାରା ଶ୍ରୀମତୀ ସନ୍ଧ୍ୟାରାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଧନରାମ ନାଗ ଓ ରଞ୍ଜନା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ l

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories