ମାଫିଆଙ୍କ କବଳରୁ ଶହ ଶହ ଏକର ଜମି ମୁକ୍ତ କଲେ ତହସିଲଦାର

Udaya_Labanya | July 21, 2021 | 17 views |0 | Breaking News


ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ) ପ୍ରଶାସନିକ ଦୁର୍ବଳତା, ହୁଗୁଳା ଶାସନ, ଖାମଖିଆଲି କାରବାର ଯୋଗୁଁ କିଛି ଜମି ମାଫିଆ,କୁଜିନେତା, ବ୍ୟବସାୟୀମାନେ ବାଲିଗୁଡ଼ା ସହରର ବିଭିନ୍ନ ସ୍ଥାନରେ ଏକ ର ଏକ ର ସରକାରି ଜମି ମାଡି ବସି ଘର କରିବା ସହ ଅନ୍ୟକୁ ବିକ୍ରିକରି ମଧ୍ୟ ମାଲାମାଲ ହେଉଥିଲେ। ହେଲେ ଏନେଇ ଅଭିଯୋଗ ହେଉଥିଲେ ବି ପୁର୍ବରୁ ଦାୟିତ୍ଵରେ ଥିବା ଅଧିକାରୀମାନେ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରୁ ନ ଥିଲେ ତେବେ ବର୍ତ୍ତମାନ ର ତହସିଲଦାର
ଶଶାଙ୍କ ଶେଖର ପାତ୍ର ଦାୟୀତ୍ଵ ଗ୍ରହଣ କରିବାପରେ କୈ।ଣସି ଭୟ କିମ୍ବା ଚାପରବଶବର୍ତ୍ତୀ ନ ହୋଇ ସରକାରୀ ନିତୀନିୟମକୁ ସଠିକ ଭାବେ ପାଳନ କରି ଜବରଦଖଲକାରିଙ୍କ କବଳରୁ ଶହ ଶହ ଏକର ସରକାରି ଜମି ପୁଣିସର କାରି ଖାତାକୁ ଫେରାଇ ଆଣିବାରେ ସକ୍ଷମ ହୋଇଥିଲେ। ଯାହାର କି ଆନୁମାନିକ ମୂଲ୍ୟ ୧୦କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି କୁହାଯାଉଛି। ଫଳରେ ବେଆଇନ ଭାବେ ସରକାରୀ ଜମିଜବରଦଖଲକାରୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।
ସେହିପରି କରେ ନା ସମୟରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ ପ୍ରଦାନ କରିଥିଲେ । ମାସ୍କ ପିନ୍ଧିବା ଓ ସାମାଜିକଦୂରତା ରକ୍ଷା କରୁ ନ ଥିବା ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ମଧ୍ୟ ରିତିମତ ଚଢାଉ କରି ବୁଝାଇବା ସହ ଜରିମାନ । ଆଦାୟ କରିଥିଲେ । ଫଳରେ କରୋ ନା ସଂକ୍ରମିତ ଙ୍କ ସଂଖ୍ୟା ମଧ୍ୟ ବାଲିଗୁଡ଼ା ଅଞ୍ଚଳରେ କମିଯାଇଥିଲା।
ତହସିଲଦାର ପାତ୍ର ଖୁବକମ ଦିନ ମଧ୍ୟରେ ଜନହିତକର କାର୍ଯ୍ୟ କରି ଅଞ୍ଚଳବାସୀଙ୍କ ଦ୍ଵାରା ପ୍ରଶ ସିଂତ ହୋଇଛନ୍ତି ।

Share this

Related Posts

ନୂଆପାଟଣା ବୌଦ୍ଧ ସଂଘ ଦ୍ୱାରା ଶାନ୍ତିପୂର୍ଣ କ୍ୟାଣ୍ଡେଲ…

Udaya_Labanya | June 10, 2023 | 22 views |0

l ନୂଆପାଟଣା ( ଉଲ୍ଲାପ୍ର )ଶୁକ୍ରବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ଐତିହାସିକ ବୋଧିବୃକ୍ଷ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ନୂଆପାଟଣା ବୋୖଦ୍ଧ ସଂଘ ତରଫରୁ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସ୍ମୃତିଚାରଣ ଓ…

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views | 0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

Leave a Reply

Your email address will not be published. Required fields are marked *

Archives

Categories