ଆସନ୍ତା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଟାମାହା କୁ ନୂତନ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ନ କରାଗଲେ ଭୋଟ ବର୍ଜନ

Udaya_Labanya | July 22, 2021 | 36 views |0 | Breaking News


ଫୁଲବାଣୀ -(ସୁନୀଲ ପଟନାୟକ )
କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଳକ ର ତଲାରିମାହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଟାମାହା ଗ୍ରାମ ଏକ ପଡା ଗ୍ରାମ, ଏହି ଗ୍ରାମ ପୂର୍ବରୁ ଏକ ରାଜସ୍ବ ଗ୍ରାମ ଥିଲା, ଗତ ୧୮ ରୁ ୨୦ ବର୍ଷ ତଳେ ଉକ୍ତ ଗ୍ରାମକୁ ରାଜସ୍ବ ଗ୍ରାମରୁ ନିବୃତ୍ତ କରି ତଲାରିମାହା ରାଜସ୍ବ ଗ୍ରାମ ସହ ଅନ୍ତର୍ଭୁକ୍ତ କରାଗଲା, ବର୍ତ୍ତମାନ ଗଟାମାହା ଗ୍ରାମର ଜନସଂଖ୍ୟା ୨୫୦ ରୁ ଉର୍ଦ୍ଧ୍ବ, ଉକ୍ତ ଗ୍ରାମରେ ଉଭୟ ଆଦିବାସୀ ଓ ପଛୁଆ ବର୍ଗର ୫୦ ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଛନ୍ତି. ବର୍ତ୍ତମାନ ଗଟାମାହା ଏକ ପଡା ଗ୍ରାମ ହୋଇଥିବାରୁ ଉକ୍ତ ଗ୍ରାମରେ ଏପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ହୋଇପାରିନାହିଁ, ଏହା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ରୁ ଉକ୍ତ ଗ୍ରାମର ଜନସାଧାରଣ ମାନେ ବଞ୍ଚିତ ହେଉଛନ୍ତି, ଏହା ବ୍ୟତିତ ପୂର୍ବରୁ ଗଟାମାହା ଗ୍ରାମ ଏକ ରାଜସ୍ବ ଗ୍ରାମ ଥିବାରୁ ସରକାରଙ୍କ ସମସ୍ତ ସରକାରୀ ପରିଚୟ ପତ୍ର ଏବଂ ଜମିଜମା ନଥିପତ୍ର ଗଟାମାହା ଗ୍ରାମ ନାମରେ ନାମିତ ହୋଇଥିଲା, ଗତ ୧୮ ରୁ ୨୦ ବର୍ଷ ତଳେ ଗଟାମାହା ଗ୍ରାମକୁ ରାଜସ୍ବ ଗ୍ରାମରୁ ନିବୃତ୍ତ କରିବା ଦ୍ୱାରା ସରକାରୀ ପରିଚୟ ପତ୍ରରେ ନାମକରଣକୁ ଭିତ୍ତିକରି ଗ୍ରାମବାସୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଦୀର୍ଘଦିନ ଧରି ଉକ୍ତ ଗଟାମାହା ଗ୍ରାମକୁ ଏକ ନୂତନ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରିବା ପାଇଁ ଗ୍ରାମବାସୀମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ପଞ୍ଚାୟତିରାଜ ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଘୁ.ଉଦୟଗିରି ତହସିଲଦାରଙ୍କୁ ବାରମ୍ବାର ଚିଠିପତ୍ର ଲେଖି ଅବଗତ କରାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗଟାମାହା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରାଗଲା ନାହିଁ, ଏହି ଦାବିକୁ କେନ୍ଦ୍ର କରି ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନ ସମୟରେ ଗଟାମାହା ଗ୍ରାମବାସୀ ଭୋଟ ବର୍ଜନ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ, କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଟାମାହା ଗ୍ରାମକୁ ଏକ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସହ ଗ୍ରାମବାସୀଙ୍କ ଉପସ୍ଥିତିରେ ଗଟାମାହା ଗ୍ରାମର ସୀମା ନିର୍ଦ୍ଧାରଣ କରିବା ସହ ଆବଶ୍ୟକୀୟ ସରକାରୀ ନଥିପତ୍ର ପ୍ରସ୍ତୁତ କରିଥିଲେ, କିନ୍ତୁଇତି ମଧ୍ୟରେ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଗଟାମାହା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ସରକାରଙ୍କ ପ୍ରତିଶ୍ରୁତି ପ୍ରତିଶ୍ରୁତିରେ ହିଁ ରହିଯାଇଛି,
ଏଣୁ ଆଗାମୀ 2022 ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଟାମାହା ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ ନ କଲେ ଗ୍ରାମରରାଜେଶ ବଗର୍ତି, ଶୀଧେ ସ୍ୱର ବଗର୍ତି, ମନୀଷ କୁମାର ଚନ୍ଦନ, ଅନନ୍ତ ପ୍ରଧାନ, ମାନସ ପ୍ରଧାନ, ଲକ୍ଷ୍ମୀ ବଗର୍ତି, ନାରାୟଣ ଚନ୍ଦନ, ବାମନ ଚନ୍ଦନ ପ୍ରମୁଖ ଗ୍ରାମବାସୀ ପଂଚାୟତ ନିର୍ବାଚନ ରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି l ପ୍ରଶାସନ ବେଳ ଥାଉ ଥାଉ ଦ୍ରୁଷ୍ଟି ଦେବା ଜରୁରୀ l

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories