ଗୋଛାପଡା ପୋଲିସ ଦ୍ୱାରା ୧୮୦କେଜି ଗଞ୍ଜେଇ ସହ କାର ଜବତ

Udaya_Labanya | July 22, 2021 | 29 views |0 | Breaking News


ଫୁଲବାଣୀ-( ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ଗୁରୁବାର ପେଟ୍ରୋଲିଙ୍ଗ ବେଳେ ନେଡ଼ି ପଦର ଗ୍ରାମ ନିକଟ ପୃଦେ ନିଛକ ରେ ଚଢ଼ାଉ କରି ଏକ କାର ସମେତ ୧୮୦କେଜି ଗଞ୍ଜେଇ ଜବତ କରିଛି। ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ମଧ୍ଯ ଗିରଫ କରିଛି ଗୋଚ୍ଛାପଡ଼ା ପୋଲିସ।
ଗିରଫ ବ୍ୟକ୍ତିମାନେ ହେଲେନେଡ଼ି ପଦର ଅଞ୍ଚଳର ପ୍ରକାଶ ସାହୁ, ବିନିକିମେଣ୍ଡି ଗ୍ରାମର କଷ୍ଟ ରଣା, ଶିଶୁ ରଣା ବୋଲି ଗୋଛାପଡା ଥାନା ଅଧିକାରୀ ରଣଜିତ କ୍ରମାର ମୁନୀ କହିଛନ୍ତି । ଏମାନେ କାର ଯୋଗେ ଏ ସବୁ ଚୋରା ଗଞ୍ଜେଇ କୁଫୁଲବାଣୀ ଆଡକୁ ଆଣିବା ପାଇଁ ଯୋଜନା କରୁଥିଲେ ବୋଲିଥାନ। ଅଧିକାରୀ ମୁନୀ କହିଛନ୍ତି ।
ରାଜ୍ୟପୋଲିସ ମହାନିର୍ଦ୍ଦେଶକ ଅଭୟ ଫୁଲ ବାଣୀ ଗସ୍ତରେ ଆସି ଗଞ୍ଜେଇ ଚାଷକୁମୁଳୋତ୍ପାଟନ କରିବାକୁ କହିବାପରେ ପୋଲିସ ସକ୍ରିୟ ହୋଇପଡିଥିବା ଦେଖାଯାଉଛି । ଚୋରା ଗଞ୍ଜେଇ ମାଫିଆଙ୍କ ଉପରେ ପୋଲିସ ସତର୍କ ନଜର ରଖିଛି ଓ ଆଗକୁ ଚୋରା ଗଞ୍ଜେଇ ମାଫିଆଙ୍କୁ ସାବାଡ କରିବାପାଇଁ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାପଡିଛି।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories