ଓଡ଼ିଶା ଡ୍ରାଇଭର ମହାସଂଘର ସାଧାରଣ ବୈଠକ ଅନୁଷ୍ଠିତ

Udaya_Labanya | July 23, 2021 | 29 views |0 | Breaking News


କାମାକ୍ଷା ନଗର (ଉଲାପ୍ର୍):କାମାକ୍ଷା ନଗର ବ୍ଲକ୍ ଅନ୍ତର୍ଗତ ବାଲିଗୋରଡ ଗୋଷ୍ଠୀ କେନ୍ଦ୍ର ଠାରେ ଓଡିଶା ଡ୍ରାଇଭର ମହାସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।
ସଂଘ ତରଫରୁ ବାଉଁଶ ପାଳ ଛକ ନିକଟରେ ଲୋକ ମାନଙ୍କୁ ମାସ୍କ,ଖାଦ୍ୟ ପୁଡିଆ ଓ ପାଣି ବୋତଲ ବଣ୍ଟନ କରାଯାଇଥିଲା।ବାଉଁଶ ପାଳ ଛକ ଠାରୁ କୋ ଭିଡ ସଚେତନତା ର ବାର୍ତ୍ତା ସ୍ଲୋଗାନ ମାଧ୍ୟମ ରେ ଦେଇ ଏକ ବାଇକ୍ ରାଲି ରାମି ଆଳ ନଦୀ ବନ୍ଧ ଦେଇ ବାଲି ଗୋରଡ ନଦିକୁଳଗୋଷ୍ଠୀ କେନ୍ଦ୍ର ଠାରେପହଞ୍ଚିଥିଲେ। ସେଠାରେ ଆୟୋଜିତ ସଭାରେ ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ କୁମାର ମଣ୍ଡୋଲି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଡ଼୍ରାଇଭର ମାନଙ୍କର ସମସ୍ୟା ଉପରେ ଆଲୋଚନା କରିଥିଲେ ଓ ତାଙ୍କ ବକ୍ତବ୍ୟ ରେ କହିଥିଲେ ଯେ,ଆମେ ସମସ୍ତେ ଏକ ହୋଇଲେ ସବୁ ସମସ୍ୟା ର ସମାଧାନ କରିପାରିବ। ।ଏହି ବୈଠକରେ କେନ୍ଦୁଝର,ହିନ୍ଦୋଳ, ଗାନ୍ଦିଆ,ପରଜଙ୍ଗ ବ୍ଲକର କର୍ମକର୍ତ୍ତା ମାନେ ଯୋଗ ଦେଇ ବିଭିନ୍ନ ଗଠନ ମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇ ଥିଲେ।ସରକାର ଆମର ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସେମାନଙ୍କ ଆଲୋଚନାରେ ମତ ପ୍ରକାଶ କରିଥିଲେ।ଉକ୍ତ ସଭାରେ ଜିଲ୍ଲା ସଭାପତି ନରୋତ୍ତମ ବେହେରା ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ଉପସଭାପତି ବନମାଳୀ ମଲ୍ଲିକ ଓ ସଭ୍ୟ ବିକାଶ ମଲ୍ଲିକ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ଓ କାମାକ୍ଷା ନଗର ବ୍ଲକ୍ ର ସମସ୍ତ ଡ଼୍ରାଇଭର ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Share this

Related Posts

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ…

Udaya_Labanya | March 22, 2023 | 4 views |0

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା…

ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା: ଜଣେ…

Udaya_Labanya | March 22, 2023 | 5 views | 0

ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ଜାଲେଶପଟ୍ଟା ନିକଟରେ ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କାହେବା ଫଳରେ ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା…

Leave a Reply

Your email address will not be published. Required fields are marked *

Archives

Categories