କୃଷକ ବଜାର ଦୋକାନ ବଣ୍ଟନ ପ୍ରସଙ୍ଗ ଚାଷୀ ଟଙ୍କାରେ ନିର୍ମିତ ଦୋକାନ ଚାଷୀଙ୍କୁ ମିଳୁ: ଆମ୍ ଆଦମୀ ପାର୍ଟି

Udaya_Labanya | July 23, 2021 | 26 views |0 | Breaking News


ବରଗଡ଼: ବରଗଡ଼ ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା କୃଷକ ବଜାର ଠାରେ ନିର୍ମାଣ ହୋଇଥିବା ଦୋକାନ ଗୃହ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଚାଷୀଙ୍କ ଟଙ୍କାରେ ତିଆରି ହୋଇଥିବା ଏହି ନୂତନ ଦୋକାନ ଗୃହକୁ ଧନୀ ଶ୍ରେଣୀ ଲୋକଙ୍କୁ ନିର୍ଦ୍ଧାରିତ ଦର ଠାରୁ ଅଧିକରେ ଦେବାକୁ ଯୋଜନା କରାଯାଉଥିବା ଜିଲ୍ଲା ଆବାହକ ଭବାନୀ ସାହୁ ଅଭିଯୋଗ କରି ଜିଲ୍ଳାପାଳ ମୋନୀଷା ବାନାର୍ଜୀ ଙ୍କୁ ଏକ ସ୍ମାରକ ପତ୍ର ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଏକ ଆରଟିଆଇ ରିପୋଟ ମୁତାବକ 2019 ମସିହା ସୁଦ୍ଧା ଆରଏମସି ପାଖରେ ୫୮ କୋଟି ଟଙ୍କା ମହଜୁଦ ଥିଲା ଯାହାକି ଚାଷୀଙ୍କ ଧାନ ବିକ୍ରି ରୁ ମିଳୁଥିବା କମିଶନ ର ବଡ଼ ଅଂଶ। ସେହିପରି ବରଗଡ଼ , ବରପାଲି, ଭଟଲି, ଅମ୍ବାଭୋନା ମାର୍କେଟ ରେ ବିକ୍ରି କରୁଥିବା ଚାଷୀଙ୍କ ପାଇଁ ଏହା ଉଦ୍ଧିଷ୍ଟ ବୋଲି ବିଜ୍ଞାପନ ରେ ଲେଖା ଯାଇଛି କିନ୍ତୁ ଏହାକୁ କେତେ ପାଳନ କରୁଛନ୍ତି ବୋଲି ଆପ୍ ପ୍ରଶ୍ନ କରିଛନ୍ତି ।ଏଥିରେ ବ୍ୟାପକ ଦୁର୍ନୀତିର ବାସ୍ନା ଆସୁଥିବାରୁ ଏହାକୁ ତଦନ୍ତ କରି ଚାଷୀ ମାନଙ୍କୁ ଦେବାକୁ ଆପ୍ ଦାବୀ କରିଛି । ରାଜ୍ୟ ଆବାହକ ଅମିତାଭ ପାତ୍ର, ଅସିତ ସାହୁ, ରମେଶ ପତି, ସ୍ୱରୂପ ଭୋଇ, ସୁଦାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories