ବରଗଡ଼ ରେ ବରିଷ୍ଠ ନାଗରିକ ସଂଘ ର ବୈଠକ ଅନୁଷ୍ଠିତ
Udaya_Labanya | July 23, 2021 | 25 views |0 | Breaking News
ବରଗଡ଼( ଉଲାପ୍ର)ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ର ସାଧାରଣ ପରିଷଦ ବୈଠକ ନିଜସ୍ଵ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ସଂଘ ର ସଭାପତି ଅମରେନ୍ଦ୍ର ନାରାୟଣ ଯାଦବ ଙ୍କ ସଭାପତିତ୍ବ ଅନୁଷ୍ଠିତ ବୈଠକରେ କରୋନାର ତୃତୀୟ ଲହର ମୁକାବିଲା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଗୈ।ନ୍ତିଆ କୁମାର ସାହୁ, ସୁରେନ୍ଦ୍ର ମୋହନ ଚାନ୍ଦ,ରକ୍ଷିକାରୀ ବିଶି, କେଦାର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ସଭାରେ ଜିଲ୍ଲା ର ପ୍ରତି ବ୍ଲକରେ ବରିଷ୍ଠ ନାଗରିକ ସଂଘ କାର୍ଯ୍ୟାଳୟ ପାଇଁ ଏକ ଗୃହ ଯୋଗାଇ ଦେବାକୁ ପ୍ରଶାସନ ଏବଂ ଜନ ପ୍ରତିନିଧି ମାନଙ୍କୁ ଅନୁରୋଧ କରିବାକୁ ଏକ ପ୍ରସ୍ତାବ ପାଳିତ ହୋଇଥିଲା। ଜିଲ୍ଲା ର ଭଟଲି, ଅତାବିରା, ବରଗଡ଼, ବରପାଲି, ପଦ୍ମପୁର, ଗାଇସିଲେଟ,ପାଇକମାଲ ବ୍ଲକ ର ବରିଷ୍ଠ ନାଗରିକ ସଭ୍ୟ ମାନେ ଅଂଶ ଗ୍ରହଣ କରି ଆଲୋଚନା କରିଥିଲେ।