ଓଡିଶାରେ ସଂଖ୍ୟାଲଘୁ କମିଶନ ଗଠନ ପାଇଁ ୯ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ

Udaya_Labanya | July 24, 2021 | 27 views |0 | Breaking News


ବାଲିଗୁଡା,୨୩/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ସ୍ଥିତ ରାଷ୍ଟ୍ରୀୟ ଖ୍ରୀଷ୍ଟିୟାନ ମୋର୍ଚ୍ଚା , କନ୍ଧମାଳ ଶାଖା ପକ୍ଷରୁ ଓଡିଶାରେ ସଂଖ୍ୟାଲଘୁ କମିଶନ ଗଠନ ନେଇ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୯ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରିୟ ସଂଖ୍ୟାଲଘୁ ଆୟୋଗ ଆଇନ -୧୯୯୨ ଅନୁସାରେ ୧୯୯୩ ମସିହାରେ ରାଷ୍ଟ୍ରିୟ ସଂଖ୍ୟାଲଘୁ ଆୟୋଗ ପ୍ରତିଷ୍ଠା କରାଗଲା । ଏହି ଆଇନ ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ସଂଖ୍ୟାଲଘୁ ଆୟୋଗ ପ୍ରତିଷ୍ଠା କରିଵାର ଵ୍ୟଵସ୍ଥା ରହିଛି । ଏଣୁ ରାଷ୍ଟ୍ରିୟ ସ୍ତରରେ ତଥା ଅନେକ ରାଜ୍ୟରେ ସଂଖ୍ୟାଲଘୁ ଆୟୋଗମାନ ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ଗତ ୨୭ ଵର୍ଷ ହେଲା ସଂଖ୍ୟାଲଘୁ ଆୟୋଗ ପ୍ରତିଷ୍ଠା କରାଯାଉ ନାହିଁ । ଓଡିଶାରେ ସଂଖ୍ୟାଲଘୁ ଆୟୋଗ ପ୍ରତିଷ୍ଠା କରିଵା ପାଇଁ ଗତ ୨୦ ଵର୍ଷ ମଧ୍ୟରେ ବିଭିନ୍ନ ସଂଗଠନ ଦ୍ବାରା ସରକାର ତଥା ରାଜ୍ୟପାଳଙ୍କୁ ବହୁବାର ଦାଵିପତ୍ର ଦିଆଯାଇଛି, କିନ୍ତୁ ଏହାର ସୁଫଳ ମିଳିପାରି ନାହିଁ । କମିଶନ ଗଠନ ନ କରି ସଂଖ୍ୟାଲଘୁଙ୍କୁ ସେମାନଙ୍କର ହକ ଓ ଅଧିକାରରୁ ବଞ୍ଚିତ କରାଯାଇଛି। ପ୍ରକାଶ ଥାଉକି, ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ଏହାର ନିର୍ଵାଚନୀ ଇସ୍ତାହାରରେ ସଂଖ୍ୟାଲଘୁ କମିଶନ ଗଠନ କରିବାକୁ ପ୍ରତିଶୃତି ଦେଇଥିଲା ହେଲେ ସେହି ପ୍ରତିଶୃତି ପାଣିରେ ଗାର ହୋଇ ରହିଗଲା । ସରକାର ଏହି ଦିଗରେ ବିହିତ ପଦକ୍ଷେପ ଗ୍ରହଣ ନ କଲେ ସମସ୍ତ ସଂଖ୍ୟାଲଘୁ ଗୋଷ୍ଠୀ ଏକତ୍ର ହୋଇ ପଲ୍ଲୀରୁ ରାଜଧାନୀ ପର୍ଯ୍ୟନ୍ତ ଗଣଧାରଣା ଦେଵା ସହ କୋର୍ଟର ଆଶ୍ରୟ ନେଵେ ବୋଲି ମୋର୍ଚ୍ଚା ତରଫରୁ କୁହାଯାଇଛି l

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories