#Breaking News

ତିରିଶ ଫୁଟ ଗଭୀର କୂଅରୁ ବଳଦକୁ ଜୀବନ୍ତ ଉଦ୍ଧାର କଲେ ଅଗ୍ନିଶମ ବାହିନି


ଫୁଲବାଣୀ -(ସୁନୀଲ ପଟନାୟକ ) କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଏନ ଏ ସି ଅନ୍ତର୍ଗତ ବନବାସୀ ସେବା ସମିତି ଅନ୍ଧ ମୁକ ବଧିର ବିଦ୍ୟାଳୟ ନିକଟରେ ଏକ ନିର୍ମାଣଧୀନ କୂଅରେ ଏକ ବଳଦ ଚରୁଥିବା ଅବସ୍ଥାରେଅସାବଧାନତା ବଶତଃ ଖସି ପଡିଥିଲା l
ଏନେଇ ବାଲି ଗୁଡା ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ପହଂଚି ବଳଦକୁ ଗ୍ରାମବାସୀଙ୍କ ସହଯୋଗ ରେ ସୁନ୍ଦର ଭାବେ ଜୀବନ୍ତ ଉଦ୍ଧାର କରିଥିଲେ l ଫଳରେ ବଳଦ ର ଜୀବନ ବଂଚି ଯାଇଥିଲା l


ବାଲିଗୁଡା ଅଞ୍ଚଳ ରେ ବିଭିନ୍ନ ସମୟରେ କୂଅ ଖୋଳି ଘୋଡାଉ ନ ଥିବାରୁ ବାରମ୍ବାର କୂଅ ଗୁଡିକ ରେ ଗୃହ ପାଳିତ ପଶୁ ପଡୁଥିବା ଦେଖାଯାଉଛି l କୂଅ କିମ୍ବା କୌଣସି ଖାଲ କୁ ଖୋଲା ନ ଛାଡି ନିବୁଜ ରଖିବାକୁ ବାଲିଗୁଡା ଫାୟାର ଅଫିସର ସୂର୍ଯ୍ୟ ନାରାୟଣ ଭୋଇ ଜନସାଧାରଣଙ୍କୁ ନିବେଦନ କରିଛନ୍ତି l ଅଗ୍ନିଶମ ବାହିନୀ ଖବର ପାଇସଠିକ ସମୟରେ ପହଂଚି ଅତିଶୀଘ୍ର ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବାରୁ ବଳଦନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବଂଚିଗଲା l ଅଗ୍ନିଶମ ବାହିନୀର ସେବାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି l

Leave a comment

Your email address will not be published. Required fields are marked *