ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷଙ୍କ ଦିନିକିଆ କନ୍ଧମାଳ ଗସ୍ତ : କନ୍ଧମାଳରେ ଇକୋ-ରିଟ୍ରିଟ୍ ପାଇଁ ଖୋଜା ଚାଲିଛି ଆଉ ଏକ ଆକର୍ଷଣୀୟ ସ୍ଥାନ

Udaya_Labanya | July 26, 2021 | 17 views |0 | Breaking News


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାରେ ପର୍ଯ୍ୟଟନର ବିକାଶ ପାଇଁ ଇକୋ-ରିଟ୍ରିଟ୍ କରାଯିବ । ଏଥିପାଇଁ ଅନ୍ୟ ଏକ ଆକର୍ଷଣୀୟ ସ୍ଥାନର ସନ୍ଧାନ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ କହିଛନ୍ତି । ଦିନିକିଆ କନ୍ଧମାଳ ଗସ୍ତରେ ଯାଇ ସେଠାରେ ସେ ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ଜିଲ୍ଲାରେ ପର୍ଯ୍ୟଟନର ଭିତିଭୂମି ଓ ବିକାଶ ଉପରେ ଆଲୋଚନା କରିଛନ୍ତି । ରାଜ୍ୟରେ ରହିଥିବା ପୂର୍ବଘାଟ ପର୍ବତମାଳା ଶୃଙ୍ଖଳର ମଧ୍ୟସ୍ଥଳରେ ରହିଥିବା କନ୍ଧମାଳ ଜିଲ୍ଲାରେ ଅନେକ ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରି ରହିଛି । ଏଗୁଡ଼ିକ ଲୋକଲୋଚନକୁ ଆସିବା ଆବଶ୍ୟକ ଏବଂ ଏହାକୁ ନେଇ ସ୍ଥାନୀୟ ଲୋକେ ଆୟର ମାଧ୍ୟମ ପାଇବାର ସମ୍ଭାବନା ରହିଥିବା ସେ କହିଛନ୍ତି । ବିଗତ ଦିନରେ ଦାରିଙ୍ଗବାଡ଼ିଠାରେ ଇକୋ-ରିଟ୍ରିଟ୍ ଆୟୋଜନ କରାଯାଇ ଏହାର ବହୁଳ ଗ୍ରହଣୀୟତା ଯୋଗୁଁ ପର୍ଯ୍ୟଟନ ବିଭାଗ ଚଳିତବର୍ଷ ଶୀତଋତୁରେ ପୁଣି ସେ ଧରଣର କାର୍ଯ୍ୟକ୍ରମ କରିବାକୁ ଯାଉଛି । ତେବେ ଏଥର ଅନ୍ୟ ଏକ ଆକର୍ଷଣୀୟ ସ୍ଥାନର ସନ୍ଧାନ କରାଯାଉଛି ବୋଲି ସେ ସୂଚିତ କରିଥିଲେ । ତେବେ କେତେକ ଜଳପ୍ରପାତ ରହିଥିଲେ ହେଁ ଉପଯୁକ୍ତ ରାସ୍ତା ନଥିବା ହେତୁ ସେଠାକୁ ଯାନବାହାନ ଯାତାୟତରେ ସମସ୍ୟା ରହିଛି । ସେସବୁ ରାସ୍ତାକୁ ଜଙ୍ଗଲ ଓ ପରିବେଶ ବିଭାଗ ମନରେଗା ଯୋଜନା ମାଧ୍ୟମରେ ନିର୍ମାଣ କରିପାରବେ । ତେଣୁ ଜିଲ୍ଲା ପ୍ରଶାସନ ସେସବୁ ସ୍ଥାନ ଚିହ୍ନଟ କରି ପ୍ରସ୍ତାବ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିବା ସେ ପ୍ରକାଶ କରିଥିଲେ । କନ୍ଧମାଳ ଜିଲ୍ଲାରେ ସଂପ୍ରତି ରାସ୍ତାଗୁଡ଼ିକ ସୁନ୍ଦର ଭାବେ ନିର୍ମାଣ ହୋଇଛି । ଏଥି ସହିତ ଜଙ୍ଗଲ ଓ ପ୍ରାକୃତିକ ପରିବେଶ ଆକର୍ଷଣୀୟ ହୋଇଥିବା ହେତୁ ପ୍ରକୃତିପ୍ରେମୀଙ୍କ ପାଇଁ ବାଇକିଂ ଭଳି କାର୍ଯ୍ୟକ୍ରମ କରାଯାଇପାରେ । ଗତବର୍ଷ ଏହି କାର୍ଯ୍ୟକ୍ରମ କରାଯାଇ ମଣ୍ଡାସୁର ଠାରେ କ୍ୟାମ୍ପ କରାଯାଇ ଥିଲା । କିନ୍ତୁ ସେତିକି ମାତ୍ରାରେ ପ୍ରଚାରପ୍ରସାର ହୋଇପାରି ନଥିଲା । ତେବେ ଚଳିତ ଥର ଏହାକୁ ଏକ ସୁଚିନ୍ତିତ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରି ଆୟୋଜନ କଲେ ପର୍ଯ୍ୟଟନ ଶିଳ୍ପର ବିକାଶ ହୋଇପାରିବ ବୋଲି ସେ ମତ ରଖିଥିଲେ । ତା’ଛଡ଼ା ଘରୋଇ ହୋଟେଲ ଉଦ୍ୟୋଗର ବିକାଶ କ୍ଷେତ୍ରରେ ଜିଲ୍ଲା ପ୍ରୋତ୍ସାହିତ କରିବାକୁ ହେବ ବୋଲି ସେ କହିଛନ୍ତି । ଜିଲ୍ଲାରେ ଏକ ସଂଗ୍ରହାଳୟ ସ୍ଥାପନ ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ଜିଲ୍ଲାରେ ଆଦିବାସୀ ସଂସ୍କୃତି, ପରାମ୍ପରା ଏବଂ ଜନଜୀବନ ଉପରେ ଅନେକ ଐତିହ୍ୟ ରହିଥିବାବେଳେ ସେସବୁକୁ ଐତିହ୍ୟ ସଂଗ୍ରହାଳୟରେ ସ୍ଥାନୀତ କରାଯାଇପାରିବ ବୋଲି ସେ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବୃନ୍ଦା ଡି., ଆରକ୍ଷୀ ଅଧୀକ୍ଷକ ଭିନିତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ, ଜିଲ୍ଲା ପର୍ଯ୍ୟଟକ ଅଧିକାରୀ ଅଞ୍ଜନ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories