#Breaking News

ସାମ୍ବାଦିକ ଙ୍କ ସୁରକ୍ଷା ନେଇ କନ୍ଧମାଳ ଜିଲ୍ଲା ମିଳିତ ସାମ୍ବାଦିକ ମଞ୍ଚ ବୈଠକ, ଦାବୀ ପତ୍ର ପ୍ରଦାନ


ଫୁଲ ବାଣୀ-( ସୁନୀଲ ପଟନାୟକ)
କନ୍ଧମାଳ ଜିଲ୍ଲା ର କାର୍ଯ୍ୟରତ ସାମ୍ବାଦିକମାନଙ୍କ ବୃତ୍ତିଗତ ସୁରକ୍ଷ। ପାଇଁ ଜିଲ୍ଲାରେ କାର୍ଯ୍ୟରତ ପ୍ରେସ କ୍ଳବ,ଫ୍ରଣ୍ଟ ଲାଇନ ମିଡ଼ିଆ ଏସୋସିଏସନ, ମିଡ଼ିଆ ଫରେ। ମ,ଓୟୁଜେ ,ୟୁଜେଏ.କେଡ଼ିଜେଏ ଏସ ଇଉ ଜେ, .ୱେବ ମିଡ଼ିଆ ଭଳି ବଛା ବଛା ସଂଗଠନର ଅଭିଜ୍ଞ ସଦସ୍ୟ ମାନଙ୍କୁ ନେଇ ସୋମବାର କନ୍ଧମାଳ ମିଳିତ ସାମ୍ବାଦିକ ମଞ୍ଚର ଏକ ବୈଠକ ଫୁଲ ବାଣୀଠାରେ ନିଉ ପ।ରିଜାତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଥିଲାl
ଏହି ଅବସର ରେ ସାମ୍ବାଦିକ ଅଶୋକ ମହାନ୍ତି ଙ୍କ ପରିଚାଳନା ରେ ଆୟୋଜିତ ସଭାରେ ମିଳିତ ମଂଚ ଆବାହକ ସୁନୀଲ ବିଶ୍ୱାଳ, ବରିଷ୍ଠ ସାମ୍ବାଦିକ ଡ଼ଃ ଅରୁପ କୁମାର ଜେନା, ସୁନୀଲ ପଟନାୟକ, ସଦାଶିବ ପାତ୍ର, ପ୍ରଶାନ୍ତ ବେହେରା, ଶିବାନନ୍ଦ ପଟନାୟକ, ଅଶୋକ ପରିଡା, ସନ୍ତୋଷ ଡିଗାଲ, ସତ୍ୟ ନାରାୟଣ ବେହେରା, ମିଲ ନ କହଁରସନ୍ତୋଷ ଦାସ, ମନୋରଞ୍ଜନ ରାୟ ,ଗଗନ ବେହରା, ପ୍ରମୁଖ ଯୋଗଦେଇ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଥିଲେ ମଧ୍ୟ ପ୍ରଶାସନ କୌଣସି ଠୋସ କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରୁନଥିବା ରୁ ତୀବ୍ର ପ୍ରତି କ୍ରିୟା ପ୍ରକାଶ କରିଥିଲେ l କୌଣସି ପରିସ୍ଥିତି ରେ ସାମ୍ବାଦିକ ମାନଙ୍କ ଆକ୍ରମଣ କୁ ବରଦାସ୍ତ କରାଯିବନିl ଜ଼ିଲା ର ସାମ୍ବାଦିକ ମାନଙ୍କ ପାଇଁ ଗଠିତ ମିଳିତ ମଂଚ ସାମ୍ବାଦିକ ଙ୍କ ସୁରକ୍ଷା ଓ ନ୍ୟାୟ ପାଇଁ ଲଢେଇ କରିବ ବୋଲି କହିଥିଲେ l ସେହିପରିଖବର ସଂଗ୍ରହ ବେଳେ ଆକ୍ରୋଶ ର ଶିକାର ହୋଇଥିବା ପ୍ରଶାନ୍ତ ଜେନା, ଓ ହେମନ୍ତ ମୁଖି ଙ୍କ ସମେତ ଅନନ୍ତ ଡିଗାଲ, ବୈଦ୍ୟ ନାୟକଓ ବିଭିନ୍ନ ଅଂଚଳ ରୁ ଆସିଥିବା ବ୍ଲକ ପ୍ରତିନିଧି ମାନେ ସମସ୍ୟା ସମ୍ପର୍କରେ ମତ ଦେଇଥିଲେ l
ନିକଟରେ ଟିକାବାଲି ରେ ଜଣେ ମହିଳା ଆର ଆଇ ମଧୁ ସ୍ମିତା ନାୟକ ସାମ୍ବାଦିକ ହେମନ୍ତ ମୁଖି ଙ୍କୁ ଓ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରେ ସମ୍ବାଦ ସଂଗ୍ରହ କରୁଥିବା ବେଳେ ସାମ୍ବାଦିକପ୍ରଶାନ୍ତ ଜେନା ଙ୍କୁସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଘଟଣା ରେ ପ୍ରଶାସନ କାଳ ବିଳମ୍ବ ନକରି ତୁରନ୍ତ କାର୍ଯ୍ୟl ନୁଷ୍ଠାନଗ୍ରହଣ କରିବା ଦାବୀ କରି ମିଳିତ ମଂଚ ପକ୍ଷରୁ ଅତିରିକ୍ତ ଜ଼ିଲ୍ଲାପାଳ ଓ କନ୍ଧମାଳ ଏସ ପି ଙ୍କୁ ଦାବୀ ପତ୍ର ପ୍ରଦାନ କରା ଯାଇଥିଲା l ଆୟୋଜିତ ସଭା ରେ
ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ଶତାଧିକ ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇଥିଲେ l
ସରକାରଙ୍କ କୋଭିଡ଼ ଗାଇଡ଼ଲାଇନର ଅନୁପାଳନ କରି ଏହି ବୈଠକ ଅନୁଷ୍ଠିତ ହୋଇଥିଲାl

Leave a comment

Your email address will not be published. Required fields are marked *