#Breaking News

ବଡମ୍ବା ନରସିଂହପୁରରେ କଂଗ୍ରେସ ର ଶୂନ୍ୟସ୍ଥାନ !! ସତ୍ତା ହରେଇଲାଣି ଦଳ: ରାଜ୍ୟ ସଭାପତି କୁମ୍ଭକର୍ଣ୍ଣ ନିଦ୍ରାରେ.. ଚାଲିଛି ୫ ବର୍ଷୀୟା ରାଜନୀତି- ନେତା ଙ୍କ ପକେଟ ଗରମ

ବଡମ୍ବା(ଉଲାପ୍ର) ବଡ଼ମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସଦଳ ବିରୋଧୀ ଦଳର ସଂଜ୍ଞା ହରାଉଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ଯାହା ଫଳ ରେ ଏଠାକାର କଂଗ୍ରେସ ନେତା ଓ କର୍ମୀ ତିଷ୍ଠିରହିବାପାଇଁ ସୁଯୋଗ ସୃଷ୍ଟିକରିପାରୁନାହିଁ । ଯେଉଁ ଅଳ୍ପ ସଂଖ୍ୟକ କର୍ମୀ ଏହି ସଙ୍ଗଠନ ପାଇଁ କାର୍ଯ୍ୟକରୁଛନ୍ତି ସେମାନେ ସର୍ବନିମ୍ନ ଆର୍ଥିକ ସହାୟତା ଅଭାବରେ ସଙ୍ଗଠନକୁ ଆଗକୁନେଇ ପାରୁନାହାନ୍ତି ଏବଂ ଏଠାରେ ଯେଉଁ ସ୍ଥାନୀୟ ନେତାମାନେ ନେତୃତ୍ୱ ନେଇଛନ୍ତି ସେମାନଙ୍କର ବ୍ୟକ୍ତିତ୍ୱ ମଧ୍ୟ ଅନେକାଂଶରେ ଦଳକୁ ଏଠାରେ ମଜଭୁତ କରିପାରୁ ନଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଛି ।ଆଗକୁ ପଂଚାୟତ ନିର୍ବାଚନ ପାଇଁ ଶାସକ ବିଜେଡି ଓ ବିଜେପି ଦଳ ଅଣ୍ଟା ଭିଡୁଥିବାବେଳେ ଜାତୀୟ କଂଗ୍ରେସ ଦଳ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିପାରିନାହିଁ । ତେଣୁ ପତିୟମାନ ହେଉଛି କି କଂଗ୍ରେସ ଦଳ ପୂର୍ବଥର ଅପେକ୍ଷା କମ ଭୋଟ ପାଇବ ଏବଂ ତାର ପକେଟ ଭୋଟ ଗୁଡିକୁ ମଧ୍ୟ ହାତେଇବା କଷ୍ଟ ସାଧ୍ୟ ହୋଇ ପଡିବ ବୋଲି ଦେଖିବାକୁ ମିଳୁଛି । ତେବେ ବଡମ୍ବା ନରସିଂହପୁର ନିର୍ବାଚନ ମଣ୍ଡଳୀ ପାଇଁ ଜଣେ ଦକ୍ଷ ଟାଣୁଆ ସ୍ଥାୟୀ ନେତା ନ ଦେବା ପର୍ଯ୍ୟନ୍ତ ଦଳର ସଫଳତାରେ ଉନ୍ନତି ଆସିବନାହିଁ ବୋଲି ସାଧାରଣରେ ଖୁବ ଚର୍ଚ୍ଚା ଓ ସମାଲୋଚନା ଚାଲିଛି । ତେବେ ଲୋକ କଥା ଅନୁଯାୟୀ: ଚାଷୀ ହୁଡ଼ିଲେ ୫ ବରଷେ ଠିକ ସେହିପରି ବଡମ୍ବା ନରସିଂହପୁର ରେ କଂଗ୍ରେସ ନେତା ମାନେ ପ୍ରତି ୫ ବର୍ଷ ରେ ଥରେ ଏଠି ଦେଖା ମିଳନ୍ତି ଯାହା କି ଉଭୟ ଅନ୍ୟ ଦଳ ସହ ସମାନ ହୋଇ ଅଯଥା ବାହସ୍ପଟ ଓ ଅନ୍ୟଥା ପ୍ରଚାର କରି ଆଉ ୫ ବର୍ଷ ଶୋଇ ଯାଉଥିବା ମଧ୍ୟ ଲୋକ ମାନେ ବିଭିନ୍ନ ଖଟି ଏବଂ ଗାଁ କୋଠଘରେ ଆଲୋଚନା କଲେଣି। ଏଣୁ ଜାତୀୟ କଂଗ୍ରେସର ରାଜ୍ୟ ସଭାପତି ଏହି ନିର୍ବାଚନ ମଣ୍ଡଳୀ ପାଇଁ ଏକ ସ୍ଥାୟୀ ଓ ଦଳୀୟ ଭିତ୍ତିରେ କାର୍ଯ୍ୟଭାର ତୁଲାଇବା ନିମିତ୍ତ ଜଣେ ଦକ୍ଷ ନେତା ଦେବା କୁ କଂଗ୍ରେସକର୍ମୀ ମାନେ ଦାବି କରିଛନ୍ତି।

Leave a comment

Your email address will not be published. Required fields are marked *