ଆଜିର ରାଶିଫଳ

Udaya_Labanya | July 29, 2021 | 42 views |0 | Vastu & Astrology


ଅଦ୍ୟ ଜୁଲାଇ ମାସ ୨୯ ତାରିଖ ୨୦୨୧ ମସିହା(ଗୁରୁବାର)
ଶକାବ୍ଦ -୧୯୪୩
ସମ୍ବତ -୨୦୭୮
ସାଲ-୧୪୨୮
ସମ୍ବତ୍ସର-ରାକ୍ଷସ
ଶ୍ରାବଣମାସ-କୃଷ୍ଣପକ୍ଷ
ତିଥି-ଷଷ୍ଠୀ ରାତ୍ରି ଘ ୦୩/୩୯ ପର୍ଯ୍ୟନ୍ତ ତଦନ୍ତେ ସପ୍ତମୀ
ନକ୍ଷତ୍ର- ଉତ୍ତରଭାଦ୍ର ଦିବା ଘ୧୨/୩୧ ପର୍ଯ୍ୟନ୍ତ ତଦନ୍ତେ ରେବତୀ
ଚନ୍ଦ୍ର-ମୀନ
ଯୋଗ-ସୁକର୍ମା
କରଣ-ଗର
ସୌରମାସ-କର୍କଟ ୧୪ ଦିନ
✧═════•❁❀❁•═════✧
ସୁର୍ୟୋଦୟ-ପ୍ରାତଃ ଘ୦୫/୨୫/୦୯
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୧/୧୮
*✧═════•❁❀
*ଯୋଗିନୀ ପଶ୍ଚିମେ ରାତ୍ରି ଘ ୦୩/୩୯ ପର୍ଯ୍ୟନ୍ତ ତଦନ୍ତେ ବୟବ୍ୟେ*
ଧନୁ ରାଶିର ଘାତ ଚନ୍ଦ୍ର
ତୁଳା ଓ କୁମ୍ଭ ରାଶିର ଘାତବାର
ଷଷ୍ଠୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
✧═════•❁❀❁•═══
କାଳବେଳ। ଓ ବାରବେଳ।- ଦିବା ଘ୦୩/୦୫ ଗତେ ଘ୦୬/୨୦ ମଧ୍ୟେ
✧═════•❁❀❁•═══
ବିଶୁଦ୍ଧ ଅମୃତ ବେଳ। -ଦିବା ଘ୦୧/୩୨ ଗତେ ଘ ୦୩/୦୫ ମଧ୍ୟେ ଓ ରାତ୍ରି ଘ୦୭/୧୦ଗତେ ଘ୦୯/୩୬ ମଧ୍ୟେ
ବିଶୁଦ୍ଧ ମ।ହେନ୍ଦ୍ର ବେଳ।-ଦିବା ଘ୦୭/୦୨ ମଧ୍ୟେ ଓ ଘ୧୦/୧୪ଗତେ ଘ୧୨/୩୮ ମଧ୍ୟେ
═✧══•❁❀❁•═════✧
ଅଦ୍ୟ ନିମ୍ବ ରାତ୍ରି ଘ ୦୩/୩୯ ଗତେ ତାଳ ଭକ୍ଷଣ ନିଷେଧ
🌹ମେଷ 🌹 ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।

🌹ବୃଷ 🌹ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ ବିବାଦ ହେବ ।

🌹ମିଥୁନ 🌹ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ ।

🌹କର୍କଟ🌹କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ ।

🌹ସିଂହ 🌹 ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ।

🌹କନ୍ୟା🌹 ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ ।

🌹ତୁଳା 🌹 ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।

🌹ବିଛା 🌹 କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ପାଇବେ।

🌹ଧନୁ 🌹 କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।

🌹ମକର 🌹ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।

🌹କୁମ୍ଭ 🌹ଅଟକିଥିବା କାମ ପୁଣି ଆରମ୍ଭ କରିବେ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ ।

🌹ମୀନ 🌹 ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି‌ ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜିର ରାଶିଫଳ

Udaya_Labanya | January 29, 2022 | 46 views |0

ଅଦ୍ୟ ଜାନୁଆରୀ ମାସ ୨୯ ତାରିଖ ୨୦୨୨ ମସିହା(ଶନିବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସମାଘ- କୃଷ୍ଣପକ୍ଷତିଥି- ଦ୍ୱାଦଶି ରାତ୍ରି ଘ ୦୮/୨୬ ପର୍ଯ୍ୟନ୍ତ ତଦନ୍ତେ ତ୍ରୟୋଦଶୀନକ୍ଷତ୍ର- ମୂଳା ରାତ୍ରି ଘ ୦୩/୧୧ ପର୍ଯ୍ୟନ୍ତ ତଦନ୍ତେ ପୂର୍ବାଷାଢ଼।ଚନ୍ଦ୍ର- ଧନୁଯୋଗ-ବ୍ୟାଘାତକରଣ - କୌଳବସୌରମାସ- ମକର ୧୬ ଦିନ✧═════•❁❀❁•═════✧ସୁର୍ୟୋଦୟ-ପ୍ରାତଃ…

ଆଜିର ରାଶିଫଳ

Udaya_Labanya | January 17, 2022 | 53 views | 0

ଅଦ୍ୟ ଜାନୁଆରୀ ମାସ ୧୭ ତାରିଖ ୨୦୨୨ ମସିହା(ସୋମବାର)ଶକାବ୍ଦ -୧୯୪୩ସମ୍ବତ -୨୦୭୮ସାଲ-୧୪୨୯ସମ୍ବତ୍ସର-ରାକ୍ଷସପୌଷ- ଶୁକ୍ଳପକ୍ଷତିଥି- ପୂର୍ଣ୍ଣିମା ରାତ୍ରି ଘ ୦୫/୧୫ ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦନକ୍ଷତ୍ର- ପୁନର୍ବସୁ ରାତ୍ରି ଘ ୦୫/୧୪ ପର୍ଯ୍ୟନ୍ତ ତଦନ୍ତେ ପୁଷ୍ୟାଚନ୍ଦ୍ର- ମିଥୁନ ରାତ୍ରି ଘ ୧୦/୩୭ ପର୍ଯ୍ୟନ୍ତ ତଦନ୍ତେ…

Leave a Reply

Your email address will not be published. Required fields are marked *

Archives

Categories