#Breaking News

ଜୀବନ ସୁରକ୍ଷା ମଞ୍ଚ ପକ୍ଷରୁ ମୋ ଚାଟଶାଳୀ କେନ୍ଦ୍ର ମାଧ୍ଯମରେ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷାଦାନ


ଫୁଲ ବାଣୀ ୨୯/୭(ସୁନୀଲ ପଟନାୟକ) ମହାମାରୀ କରେ । ନା ପାଇଁ ଦୀର୍ଘ 17 ମାସ ହେବ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ବିଦ୍ଯାଳୟକୁ ପାଠ ପଢିବା ପାଇଁ ଯାଉନାହାନ୍ତି।ବିକଳ୍ପ ଶିକ୍ଷା ଭାବେ ସରକାର ଅନଲାଇନ ଓ ୟୁଟ୍ୟୁବ ମାଧ୍ଯମରେ ଶିକ୍ଷା ପ୍ରଦାନ କରୁଅଛନ୍ତି। କିନ୍ତୁ କନ୍ଧମାଳ ଭଳି ପଛୁଆ ଜିଲ୍ଲାରେ ନେଟୱର୍କ ସମସ୍ୟା ଓ ଛାତ୍ରଛାତ୍ରୀମାନଙ୍କ ନିକଟରେ ମୋବାଇଲ ନ ଥିବା ଯୋଗୁ ଏହା ଫଳପ୍ରଦ ହୋଇପାରିନାହଁ।ତେଣୁ ପାଠପଢାରୁ ବଞ୍ଚିତ ହେଉଥିବା ଓ ପାଠପଢାରେ ଦୁର୍ବଳ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ଶିକ୍ଷାର ବ୍ଯବଧାନ କୁ ଦୂର କରିବା ପାଇଁ ଜୀବିକା ସୁରକ୍ଷା ମଞ୍ଚ, ଟିକାବାଲି ଶାଖା ପକ୍ଷରୁ ବ୍ଲକର 10 ଟି ଗ୍ରାମପଞ୍ଚାୟତ ର 80 ଟି ଗ୍ରାମରେ 83 ଟି ମୋ ଚାଟଶାଳୀ କେନ୍ଦ୍ର ଖୋଲାଯାଇଅଛି।ଏହି ମୋ ଚାଟଶାଳୀ କେନ୍ଦ୍ର ମାଧ୍ୟମରେ 86 ଜଣ ସ୍ବେଛାସେବୀ ପ୍ରଥମ ରୁ ପଞ୍ଚମ ଶ୍ରେଣୀର 1711 ଜଣ ଛାତ୍ରଛାତ୍ରୀମାନଙ୍କୁ ଗତ ମାର୍ଚ୍ଚ ମାସ ଠାରୁ ସମସ୍ତ କୋଭିଡ ନିୟମାବଳୀ କୁ ପାଳନ କରି ସାହିତ୍ୟ ଓ ଗଣିତ ବିଷୟରେ ଶିକ୍ଷାଦାନ କରିଆସୁଛନ୍ତି। ଏହି କେନ୍ଦ୍ର ଗୁଡିକରେ ପିଲାମାନେ ପ୍ରତ୍ୟେକ ଦିନ ଦୁଇ ଘଣ୍ଟା ପାଠ ପଢିବା ସହିତ ପରିବେଶ ର ସୁରକ୍ଷା,ଖେଳକୁଦ, ନାଚଗୀତ ଓ ଚିତ୍ରାଙ୍କନ ମାଧ୍ୟମରେ ହସଖୁସିରେ ପାଠ ପଢୁଛନ୍ତି। ଗ୍ରାମର ଅଭିଭାବକ ମାନଙ୍କ ଦ୍ବାରା ମନୋନୀତ ସେହି ଗ୍ରାମର ଯୁବକଯୁବତୀ,କଲେଜରେ ପଢୁଥିବା ଛାତ୍ରଛାତ୍ରୀ,ଶିକ୍ଷିତା ମହିଳା ମାନେ ବିନା ପାରିଶ୍ରମିକ ରେ ଶିକ୍ଷାଦାନ କରିଆସୁଛନ୍ତି। ମଞ୍ଚ ତରଫରୁ ସ୍ବେଛାସେବୀ ମାନଙ୍କୁ ପ୍ରତି ତିନି ମାସରେ ତାଲିମ ପ୍ରଦାନ କରାଯାଉଅଛି।
ବ୍ଲକର ଅନ୍ଯାନ୍ଯ ଗ୍ରାମ ଗୁଡିକରେ ଶିଘ୍ର ମୋ ଚାଟଶାଳୀ କେନ୍ଦ୍ର ଖୋଲାଯିବା ନିମନ୍ତେ କାର୍ଯ୍ୟକ୍ରମ ଜାରି ରହିଛି ବୋଲି ମଞ୍ଚ ତରଫରୁ ସଭାନେତ୍ରୀ ଶ୍ରୀ ମତି ଚନ୍ଦ୍ରମା ନାୟକ ,ସମ୍ପାଦକ କରମଚାନ୍ଦ ପ୍ରଧାନ ଓ ମଞ୍ଚର କାର୍ଯ୍ୟକର୍ତ୍ତା ସଞ୍ଜିବ ଦିଗାଲ, ଚିନୁମା ପ୍ରଧାନ, ସୁନିତା ପ୍ରଧାନ ଓ ପ୍ରଣିତା ଦିଗାଲ ଜଣାଇଛନ୍ତି।

Leave a comment

Your email address will not be published. Required fields are marked *