#Breaking News

ପ୍ରଶାସନ ଶୁଣିଲାନି , ସ୍ଵେଚ୍ଛାସେବୀ ଗଛ କାଟି ରାସ୍ତା ସଫା କଲେ


ଫୁଲବାଣୀ- (ସୁନୀଲ ପଟନାୟକ)
ବାରମ୍ଵାର ଅଭିଯୋଗ ପରେ ବି ପ୍ରଶାସନ ଶୁଣିଲା ନିଫଳରେ ସ୍ୱେ ଛା ସେବୀମାନେ ମିଳିମିଶି ଗଛ କାଟି ରାସ୍ତା ସଫା କରିବା ଫଳରେ ଗମନାଗମନସ୍ଵାଭାବିକ ହୋଇପାରିଛି।
ଗତ ଏକ ସପ୍ତାହ ଧରି ରାସ୍ତା ଉପରେ ଏକ ବିରାଟ ଚାକୁଣ୍ଡା ଗଛ ଉପୁଡି ପଡିବା ଫଳରେ ଜି.ଉଦୟଗିରି-ସାରଙ୍ଗଡ଼ ରାସ୍ତାର ବରୀଗୁଡ଼ା ଠାରେ ଗମନାଗମନ ବାଧାପ୍ରାପ୍ତ ହେଉଥିଲା । ଲୋକେ ପ୍ରଶାସନକୁ ଏ ନେଇ ଜଣାଇଥିଲେ ମଧ୍ୟ ପ୍ରଶାସନ ଗଛ କାଟି ରାସ୍ତା ସଫା କରି ନ ଥିଲା। ଫଳରେ ଯୁଗଳ ଓ ଶ୍ରବଣ ଦୁଇ ସେଛୁ ସେବୀ ମିଶି ଦୀର୍ଘ ସମୟ ଲାଗି ରାସ୍ତା ଉପରୁ ଗଛ କାଟି ସଫା କରିଥିଲେ। ଫଳରେ ଆଦିବାସୀ ଯୁବ ନେତା ପ୍ରତାପ କୁମାର ପ୍ରଧାନ ଙ୍କ ସ6ମତ ଗ୍ରାମବାସୀ ଏହି ଦୁଇ ସ୍ଵେଛାସେବୀଙ୍କ ମହାନତା ପାଇଁ ସାଧୁବାଦ ଜଣାଇଛନ୍ତି ।

Leave a comment

Your email address will not be published. Required fields are marked *