#Breaking News

ଫୁଲ ବାଣୀ ଯୁବକର ଗଳିତ ଶବ ଦଶପଲା ନାଳରୁ ଉଦ୍ଧାର, ହତ୍ୟା ସନ୍ଦେହ !


ଫୁଲ ବାଣୀ- (ସୁନୀଲପଟନ।ୟ କ) କାମ ଅଛି କହି ୩ ଦିନ ତଳେ ଘରୁ ଜଣେ ସାଙ୍ଗଙ୍କ ସହ ନୟାଗଡ଼ ଯାଉଛି କହିଯାଇଥିଲେ ଫୁଲବାଣୀ ସାହୀ ରେ ରହୁଥିବା ଆଲୋକ ପ୍ରଧାନ, Iତେବେଦଶପଲା ନିକଟ ଏକ ନାଳରୁ ଆଲୋକର ଗଳିତ ଶବ କୁ ବୁଧବାର ଉଦ୍ଧାର କରିଛି ପୋଲିସ। ତେବେ ଏହା ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତ ଆଲୋକଙ୍କ ପତ୍ନୀ ପୂର୍ଣ୍ଣମାସିଂ ଅଭିଯୋଗ କରିଛନ୍ତି। ବୁଧବାର ସ୍ଥାନୀୟ ଅଞ୍ଚଳର କିଛି ଲୋକ ନାଳକୁ ଶୌଚ଼ ହେବା ଲାଗି ଯାଇଥିବାବେଳେ ମୃତ ଦେହ ଭାସୁଥିବାର ଦେଖିବାକୁ ପାଇଥିଲେ। ଏନେଇ ପୋଲିସ କୁଖବର ଦେବା ପରେ ଦଶ ପଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି । ସେହିପରି ପୋଲିସ ଏକ କାର କୁ ନିକଟରେ ଥିବା ଦୁର୍ଗା କନଷ୍ଟ୍ରକସନ ପରିସରରୁ ସନ୍ଦେହଜନକ ଭାବେ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ଏହି କାରଟି ଗତ ଦୁଇଦିନ ହେଲା ସେହି ଅଞ୍ଚଳରେ ବୁଲାବୁଲି କରୁଥିବା ନେଇ ଲୋକେ କହିଛନ୍ତି ।ପାରିପାର୍ଶିକ ସ୍ଥିତିକୁ ଦେଖି ହତ୍ୟାକାଣ୍ଡ ହୋଇ ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି ।
ହେଲେ ଯେଉଁ ସାଙ୍ଗସହଆଲୋକ ଯାଇଥିଲେ ସେ ଗଲେ କୁ ଆଡେ?କାହିକି ସେ ଆଲୋକ ସଂପର୍କରେ କିଛି ଘରକୁ ଜଣାଇଲେନି .
, ଆଲୋକର ମୃତ୍ୟୁ ପଛରେ ତାଙ୍କର ହାତ ଅଛିକି ?ସେ ନେଇ ତଦନ୍ତ କଲେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ଆଲୋକରପରିବାର ଲୋକେ ଅଭିଯୋଗ କରିଛନ୍ତି।
ତେବେ ଶବ ବ୍ୟବଛେଦ ରିପୋର୍ଟ ଆସିଲେ ଓ ଛାନ ଭିନ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।
.

Leave a comment

Your email address will not be published. Required fields are marked *