#Breaking News

୨୦୦୮କନ୍ଧମାଳ ଦଙ୍ଗା ମାମଲା ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏ କାରାଦଣ୍ଡ ସହ ୧ ହଜାର ଟଙ୍କା ଲେଖାଁଏ ଜୋରିମାନା


ଫୁଲବାଣୀ (ସୁନୀଲ ପଟନାୟକ )
ବହୁ ଚ ର୍ଚିତ ୨୦୦୮ କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲ୍ଲା କୋଟଗଡସ୍ଥିତ ଦେୱ । ନୀ ଓ ଫୌଜଦାରି ଅଦାଲତ (ଜେଏମଏଫସି)କୋର୍ଟ ବିଚାରପତି ଅନୁରାଗ ଦେହୁରୀ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୩୦ ଜଣ ଅଭିଯୁକ୍ତକୁ ୨ ବର୍ଷଲେଖାଏଁ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୧ ହଜାର ଟଙ୍କା ଲେଖାଏ ଜୋରିମାନା ଆଦେଶ ଦେଇଛନ୍ତି ।
ଦଙ୍ଗାର ଦୀର୍ଘ ୧୩ବର୍ଷ ପରେ ଗୁରୁବାର ଆଜି ରାୟ ପ୍ରକାଶ ପାଇଛି । ତେବେ ସେଥିମଧ୍ୟରୁ ଜଣେ ଅଭିଯୁକ୍ତ ର ମୃତ୍ୟୁ ହୋଇଯାଇଥିବାବେଳେଅନୁପସ୍ଥିତ ଥିବାରୁ ୬ଜଣ ଅଭିଯୁକ୍ତଙ୍କ ନାମରେ ଜାମିନବିହୀନ ପରବାନା ଜାରି ହୋଇଛି।
ସୂଚନା ଯୋଗ୍ୟ ଯେ ଗତ ୨.୦୯.୦୮ରେ କୋଟଗଡ଼
ବଣ୍ଡ୍।ପିପିଲି ଗ୍ରାମ ର ଅତୁଲ ପରିଛା କୋଟଗଡ଼ ଥାନାରେ ଏତେଲା ଦେଇଥିଲେ । କୋଟଗଡ଼ପୋଲିସକେଶ ନ ମ୍ବର ୩୨/୦୮,ଧାରା ୧୪୭/୫୦୬/୪୨୭/୪୫୨/୪୩୫ରେ ମାମଲା ରୁଜୁ କରିଥିଲା। ଆଜି ଗୁରୁବାର ଏହାର ରାୟ ପ୍ରକାଶ ପାଇଥିଲା। ସରକାରଙ୍କ ପକ୍ଷରୁ ସବିତା ସାମନ୍ତରା ଏ ମକଦ୍ଦମା ପରିଚାଳନା କରୁଥିଲେ।

Leave a comment

Your email address will not be published. Required fields are marked *