କାଠ ମାଫିଆଙ୍କ ଆକ୍ରମଣ ରେ ବିଜେପି ସୋସିଆଲ ମେଡିଆ ସଂଯୋଜକ ଗୁରୁତର

Udaya_Labanya | July 31, 2021 | 154 views |0 | Breaking News


ଆଠଗଡ( ଉଲାପ୍ର)କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ-ଧୁରୁକୁଡ଼ିଆ ଗ୍ରାମର ଦୁର୍ଦାନ୍ତ କାଠ ମାଫିଆଙ୍କ ଆକ୍ରମଣରେ ପରିବେଶବିତ ତଥା ଆଠଗଡ ନିର୍ବାଚନ ମଣ୍ଡଳୀର ବିଜେପି ସୋସିଆଲ ମିଡିଆ ସଂଯୋଜକ ନିର୍ମଳ କୁମାର ପତ୍ରୀ ଗୁରୁତର ଆହତ ହୋଇ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର ହୋଇଥିବା ଜଣାପଡିଛି।
ଘଟଣାରୁ ଜଣାପଡିଛି ଶନିବାର ଦ୍ବିପହର ସମୟରେ ନିର୍ମଳ ପତ୍ରୀ ମେଘା ଗ୍ରାମରେ ମହାପ୍ରଭୁଙ୍କ ରଥଯାତ୍ରାରେ ରଥକାଠ ନିର୍ମାଣ ପାଇଁ ଜଗନ୍ନାଥ ବନ ପ୍ରକଳ୍ପ ଯୋଜନା ମାଧ୍ୟମରେ ସୃଷ୍ଟି ହୋଇଥିବା ବନ ପ୍ରକଳ୍ପରେ ବୃକ୍ଷ ଗୁଡିକର ସ୍ଥିତି ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ ସେଠାରେ ଦେଖିବାକୁ ପାଇଥିଲେ ଧୁରୁକୁଡ଼ିଆ ଗ୍ରାମର ଦୁର୍ଦାନ୍ତ କାଠ ମାଫିଆ ପ୍ରଭାକର ଦାସ ଉକ୍ତ ବନ ପ୍ରକଳ୍ପରୁ ବ୍ଯାପକ ପରିମାଣର ଗଛ କାଟି ଗଦେଇ ଥିଲେ।ତେବେ ନିର୍ମଳ ପତ୍ରୀ ଘଟଣା ସମ୍ପର୍କରେ କାଳେ ପୋଲିସ କିମ୍ବା ବନବିଭାଗ କୁ ଜଣାଇଦେବ ସେଥିପାଇଁ ଦୁର୍ଦାନ୍ତ କାଠ ମାଫିଆ ପ୍ରଭାକର ଦାସ ତାଙ୍କ ପୁଅ ପ୍ରଦୀପ ଦାସ ଓ ପ୍ରକାଶ ଦାସ ରାତି ପ୍ରାୟ ୮ ଟା ସମୟରେ ଧୁରୁକୁଡିଆ ଗ୍ରାମ କୋଠଘରେ ନିର୍ମଳ ପତ୍ରୀ ବସିଥିବା ବେଳେ ବିଭିନ୍ନ ଧାରୁଆ ଅସ୍ତ୍ର ରେ ବାପ ପୁଅ ତିନିଜଣ ନିର୍ମଳଙ୍କୁ

ମରଣାନ୍ତକ ଆକ୍ରମଣ କରିଥିଲେ ଏହି ସମୟରେ ସେହି ଗ୍ରାମର ମଥୁରା ପତ୍ରୀ ଗଣ୍ଡଗୋଳ ଛଡାଇବା ସମୟରେ ମଧ୍ୟ ତାଙ୍କୁ ଆକ୍ରମଣ କରିଥିଲେ ବାପ ପୁଅ ,ଏଥିରେ ମଥୁରା ପତ୍ରି ଛଡ଼ାଇବାକୁ ଯାଇ ସାମାନ୍ୟ ଆହାତ ହୋଇଛନ୍ତି ,ନିର୍ମଳ ଗୁରୁତର ଅବସ୍ଥାରେ ଗ୍ରାମ କୋଠଘର ଠାରେ ରକ୍ତାକ୍ତ ଅବସ୍ଥାରେ ପଡିଥିବା ସମୟରେ ସେହି ଅଞ୍ଚଳର ଜୈନିକ ଯୁବକ ତାଙ୍କ ଅଟୋରେ ଆଣିବା ସମୟରେ ମଧ୍ଯ କାଠ ମାଫିଆମାନେ ଡାକ୍ତରଖାନା ନେବାକୁ ବାରଣ କରିଥିଲେ ପରେ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ନିର୍ମଳଙ୍କୁ ଆଠଗଡ ଡାକ୍ତରଖାନା କୁ ଆଣିଥିଲେ।ତେବେ ଚିକିତ୍ସା ସମୟରେ ତାଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗିଥିବା ଡାକ୍ତର ପ୍ରକାଶ କରିଛନ୍ତି ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଅଧିକ ଚିକିତ୍ସା ପାଇଁ ଡାକ୍ତର କଟକ ବଡ ଡାକ୍ତରଖାନା କୁ ସ୍ଥାନନ୍ତରିତ କରିଛନ୍ତି ।ତେବେ ଖବର ପାଇ ଘଟଣା ସ୍ଥଳରେ ଆଠଗଡ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।ପରିବାର ପକ୍ଷରୁ ଆଠଗଡ ଥାନାରେ ବାପ ପୁଅ ତିନିଜଣଙ୍କ ନାମରେ ଏତଲା ଦିଆଯାଇଛି ।ସୂଚନା ଥାଉକି ପୂର୍ବରୁ ମଧ୍ୟ ଦୁଇ ଦୁଇ ଥର ପୋଲିସ ଓ ବନବିଭାଗର ଇନଫରମର ସନ୍ଦେହ ରେ ଉକ୍ତ ବାପ ପୁଅ ତିନିଜଣ ନିର୍ମଳଙ୍କୁ ପୂର୍ବରୁ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ ।ତେବେ ଏବେ ପୋଲିସ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ରହିଲା ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 2 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 7 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories