#Breaking News

ପୃଥକ ପୃଥକ ଦୁର୍ଘଟଣା ୪ ଗୁରୁତର


ଫୁଲବାଣୀ,-1/8(ସୁନୀଲପଟନାୟକ)
କନ୍ଧମାଳ ଜିଲ୍ଲାରେ ରବିବାର ପୃଥକ ପୃଥକ ଦୁର୍ଘଟଣାରେ ୪ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି।କଳିଙ୍ଗା ରୁ ବାଇକ ଯୋଗେ ଗଞ୍ଜାମ ଜିଲା ବୁଗୁଡ଼ା ବାଲିପଦର ଯାଉଥିବାବେଳେ ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇପଡିବା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ବୁଲା ଗଉଡ , ଓ ସୁଶାନ୍ତ ଗଉଡ ବୋଲି ଜଣାପଡିଛି । ସେମାନେ କଳିଙ୍ଗାରେ ମିସ୍ତ୍ରୀ ଭାବେ କାମ କରୁଥିଲେ।
ଖବର ପାଇ ଆମୁଲାନସ ପହଞ୍ଚି ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଛି ।
ସେହିପରି ଶନିବାର ବିଳମ୍ବିତ ରାତିରେସଦର ଥାନା ବରପଦା ଇଟା ଫେକଟ୍ରି ନିକଟରେ ବାଇକ ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଛନ୍ତି । ସଦର ପୋଲିସ ଦୁର୍ଘଟଣାର ତଦନ୍ତ କରୁଛି ।
ବେପରୁଆ ଗାଡି ଚାଳନା ଓ ଦୃତ ଗତି ଯୋଗୁ ଜିଲ୍ଲାରେ ଦୁର୍ଘଟଣା ବୃଦ୍ଧି ପାଉଥିବା ଜଣାପଡିଛି ।

Leave a comment

Your email address will not be published. Required fields are marked *