#Breaking News

ବିଜୁ ଜନତା ଦଳର ନଗର ସାଙ୍ଗଠନିକ ବୈଠକ

.
ଫୁଲବାଣୀ (ସୁନୀଲ ପଟନାୟକ )
ଫୁଲବାଣୀ ନଗର ବିଜୁ ଜନତା ଦଳ ର ସାଙ୍ଗଠନିକ ବୈଠକ ରବିବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ନବ ନିଯୁକ୍ତ ବିଜେ ଡ଼ି ନଗର ସଭାପତି ସୁଧୀର କହଁର ସଭାପତିତ୍ୱ କରିଥିଲେ l ଅନ୍ୟମାନଂକ ମଧ୍ୟରେ ବି ଜେ ଡ଼ି ଜ଼ିଲା ସଭାପତି ସରୋଜ କର୍ଣ୍ଣ, ବରିଷ୍ଠ ବିଜେ ଡ଼ି ନେତା ପ୍ରଦୀପ ମୁନି, ପ୍ରତାପ ପାତ୍ର, ଶିବ ପ୍ରସାଦତ୍ରିପାଠୀ, ଅଶୋକ ବେହେରା, ଙ୍କ ସମେତ ବହୁ ବି ଜେ ଡ଼ି ନାରୀନେତ୍ରୀ ମାନେ ଯୋଗ ଦେଇ ଦଳ ର ସଙ୍ଗଠନକୁ ଅଧିକ ରୁ ଅଧିକ ମଜଭୁତ କରିବାଲାଗି ନିଷ୍ଠା ଓ ଆନ୍ତରିକତାର ସହ ଉତ୍ସର୍ଗି କୃତ ମନୋଭାବ ରଖି କାର୍ଯ୍ୟ କରିବାଲାଗି ପରାମର୍ଶ ଦେଇଥିଲେ l
ଆଗକୁ ପୌର ନିର୍ବାଚନ, ହାତରେ କମ ସମୟ ରହିଛି ଏଣୁ ବିଳମ୍ବ ନକରି ଏବେଠାରୁ ପ୍ରସ୍ତୁତ ହୋଇ ସାଙ୍ଗଠ ନିକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ନଗର ସଭାପତି ସୁଧୀର କହଁର l
ମୁନିସିପାଲଟି ନିର୍ବାଚନ ରେ ଦଳ ଯେପରି ପୂର୍ବl ପେକ୍ଷା ଭ ଲ କରିବ ସେଥିପ୍ରତି ୱାର୍ଡ ବାରି କାମ କରିବା ପାଇଁ ତେର ଗୋଟି ୱାର୍ଡ ସଭାପତିଙ୍କୁ ସହମତି ଭିତିରେ ମନୋନୀତ କରିଥିଲେ ନଗର ସଭାପତି ସୁଧୀର କହଁର l ଆଗକୁ ଏହି ସଭାପତି ମାନେ ଦଳ ପାଇଁ ଭଲ କାମ କରିବେ ବୋଲି ସଭାପତି ସୁଧୀର କହ୍ନ ର ଆଶା ପ୍ରକାଶ କରି ଥିଲେ l

Leave a comment

Your email address will not be published. Required fields are marked *