ଏକଡାଳରେ ଯୁବକଙ୍କ ଦାବିପରେ ଟୀକାକରଣ କ୍ୟାମ୍ପ

Udaya_Labanya | August 3, 2021 | 30 views |0 | Breaking News

ଚମ୍ପେଶ୍ୱର(ଉଲାପ୍ର) ବ୍ଲକ ଏକଡାଳ ଗ୍ରାମ ପଞ୍ଚାୟତ ଅଧିନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ରୋଗୀ କଲ୍ୟାଣ ସମିତି ବୈଠକରେ ଏକଡାଳ ଗ୍ରାମର ଯୁବବର୍ଗଙ୍କୁ କୋଭିଡ ଟୀକାକରଣ କରାଯିବା ପାଇଁ ଏକ ଦାବିପତ୍ର କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି । ଦାବିପତ୍ର ପାଇ ସାରିଲା ପରେ ଅଗଷ୍ଟ ୪ ତାରିଖ ବୁଧବାର ଦିନ କୋଭିଡ ଟୀକାକରଣ କରାଯିବ ବୋଲି କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଦେବାଶିଷ ଜ୍ୟାଷ୍ଠି ଘୋଷଣା କରିଥିଲେ । ସେହିପରି ବୁଧବାର ଦିନ ୯ ଘଟିକା ସମୟରେ ଏକଡାଳ ଗ୍ରାମର କଲ୍ୟାଣ ମଣ୍ଡପ ଠାରେ ୧୮-୪୪ ବର୍ଷର ବ୍ୟକ୍ତିମାନଙ୍କୁ ନେଇ ପ୍ରଥମ ଡୋଜ କୋଭିଡ ଟୀକାକରଣ କରାଯିବ । ଯେଉଁମାନେ ପ୍ରଥମ ଡୋଜ ନେବାର ୮୪ ଦିନ ପୂରଣ କରି ସାରିଛନ୍ତି ସେମାନେ ଦ୍ଵିତୀୟ ଡୋଜ ବି ନେଇ ପାରିବେ । ଗର୍ଭବତୀ ମହିଳା ମାନେ ବି ଟୀକା ନେଇ ପାରିବେ , ସାଙ୍ଗରେ ମମତା କାର୍ଡ ଓ ଆଧାର କାର୍ଡ ନେଇ ଆସିବେ । ଏବଂ ଯେଉଁମାନେ ପ୍ରଥମ ଡୋଜ ଟୀକା ନେବେ ପ୍ରଥମେ କୋଭିଡ ଟେଷ୍ଟ କରାଯିବ ତାପରେ ଯାଇ ଟୀକା ଦିଆଯିବ ।ଏବଂ ବୁଧବାର ଆଧାର କାର୍ଡ ସମସ୍ତଙ୍କ ଠାରୁ ସଂଗ୍ରହ କରାଯିବ ନାହିଁ , ସମସ୍ତେ ନିଜେ ନିଜର ଆଧାର କାର୍ଡ ଧରି ଧାଡ଼ିରେ ଠିଆ ହୋଇ ଶାନ୍ତି ଶୃଙ୍ଖଳା ସହିତ ଟୀକା ନେବାକୁ ଅନୁରୋଧ କରାଯାଇଛି।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories