କନ୍ଧମାଳ : ଲାବରୋଟୋରି ଟେକ୍ନିସିଆନ ମାନଙ୍କ ୧୦ ଦଫା ଦାବି ନେଇ କଳା ବ୍ୟାଜ ପରିଧାନ

Udaya_Labanya | August 3, 2021 | 18 views |0 | Breaking News


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ସମସ୍ତ ଲାବରୋଟୋରି ଟେକ୍ନିସିଆନ ମାନଙ୍କ ୧୦ ଦଫା ଦାବି ନେଇ ଅଗଷ୍ଟ ୧ରୁକଳା ବ୍ୟାଜ ପିନ୍ଧି କାର୍ଯ୍ୟ କରୁଛନ୍ତି ।
ରାଜ୍ୟ ସରକାର ଲାବରୋଟୋରି ଟେକ୍ନିସିଆନ ମାନଙ୍କର କ୍ୟାଡ଼ର ରୁଲରେ ପରିବର୍ତ୍ତନ ସମେତ ଅନ୍ୟ ରାଜ୍ୟ ଭଳି ଆମ ରାଜ୍ୟରେ ମଧ୍ୟ ସରକାର ଆମ ଦାବି ପୁରଣ କରିବାକୁ ଆମେ ଅନୁରୋଧ କରୁଛୁ ବୋଲି କହିଛନ୍ତି କର୍ମଚାରୀ । ବାରମ୍ବାର ଆମେ ସରକାରଙ୍କ ନିକଟରେ ଦାବି ଜଣାଇ ଆସୁଛୁ କିନ୍ତୁ ଆମକୁ ଅଣଦେଖା କରାଯାଉଛି । ଏଣୁ ଅଗଷ୍ଟ ୧ ତାରଖ ଠାରୁ କଳାବ୍ୟାଜ ପରିଧାନ କରି କାର୍ଯ୍ୟ କରିବା ପାଇଁ ଓଡିଶା ଲାବରୋଟୋରି ଟେକ୍ନିସିଆନ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯାହା ଫଳରେ କନ୍ଧମାଳ ଜିଲ୍ଲାର ୧୦ଟି ସ୍ଵାସ୍ଥ୍ୟ କେନ୍ଦ୍ର ରେ କର୍ଯ୍ୟକରୁଥିବା ୨୫ଜଣ ଲାବରୋଟୋରି ଟେକ୍ନିସିଆନ କଳା ବ୍ୟାଜ ପରିଧାନ କରି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଛନ୍ତି ବୋଲି କହିଛନ୍ତି ଲାବରୋଟୋରି ଟେକ୍ନିସିଆନ ର ଜିଲ୍ଲା ସଂପାଦକ ବଳରାମ ଗୌଡ । ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ଟେକ୍ନିସିଆନ ସଂଘର ଜିଲ୍ଲା ସଂପାଦକ ବଳରାମ ଗୌଡ, ରାଜ୍ୟ ସଂଯୋଜକ ପ୍ରସନ୍ନ କୁମାର ସାହୁ, ଚିତ୍ତରଞ୍ଜନ ନାୟକ, ପ୍ରିୟଙ୍କା ଦାସ ପ୍ରମୁଖ କଳାବ୍ୟାଜ୍ ପିନ୍ଧି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 4 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 6 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories