ଦୀକ୍ଷାନ୍ତ କାର୍ଯକ୍ରମ ରେ ଶବ୍ଦନୃତ୍ୟ ଶିକ୍ଷା ଶୁଭାରମ୍ଭ

Udaya_Labanya | August 3, 2021 | 26 views |0 | Breaking News


ବରଗଡ଼ ୨/୭ – ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ କୁମ୍ଭାରୀ ଗ୍ରାମର ଗାୟତ୍ରୀ ପୀଠ ରେ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ଆୟୋଜିତ ଦୀକ୍ଷାନ୍ତ କାର୍ଯକ୍ରମ ଅନୁଯାୟୀ ଶବ୍ଦନୃତ୍ୟର ପ୍ରଚାରକ ଗୁରୁ ଭଗବାନ ସାହୁ ଙ୍କ ପ୍ରତିଷ୍ଠିତ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ କୁ ଦୀର୍ଘ ସତୁରି ବର୍ଷ ପରେ ପ୍ରଥମ ଥର ପାଇଁ ସରକାରୀ ପ୍ରୋତ୍ସାହନ ପାଇଁ ଏକାଡେମୀ ସଚିବ ପ୍ରବୋଧ ରଥ ଏବଂ ବରଗଡ଼ ଜିଲ୍ଲା ପ୍ରତିନିଧି ରବିରତନ ସାହୁ ଙ୍କୁ ସମସ୍ତେ ପ୍ରସଂଶା କରିଥିଲେ । ଶବ୍ଦନୃତ୍ୟ ଶିକ୍ଷା ଗୁରୁ ଭଗବାନ ସାହୁଙ୍କ ପଟ୍ଟ ଶିଷ୍ୟ ଶବ୍ଦନୃତ୍ୟ ଗୁରୁ ଭାଗବତ ପଧାନ(ଭାଗବତିଆ)ଙ୍କ ଦ୍ବାରା ଶିକ୍ଷା ଦାନର ଶୁଭାରମ୍ଭ ହୋଇଛି , ପ୍ରାରମ୍ଭରୁ ସଚିନ ମହାପାତ୍ର ଏବଂ ରବିନ୍ଦ୍ର ପ୍ରଧାନ ପୁଜା କାର୍ଯ୍ୟ ସଂପାଦନ କରିଥିଲେ । ବରିଷ୍ଠ ଅଭିନେତା ନିର୍ଦ୍ଦେଶକ ପ୍ରଦୀପ ସାହୁ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଅଭିନେତା ନିର୍ଦ୍ଦେଶକ ରାମଜୀ ପଧାନ, ମୁଖ୍ୟ ବକ୍ତା ଅଧ୍ୟାପକ ଡ,ପ୍ରତାପ ପଧାନ,ସମ୍ମାନିତ ବକ୍ତା ଭୂବନ ଭୋଇ, ହର୍ଷ ବେହେରା, ଗୁରୁ ଭାଗବତ ପଧାନ, ଗୁରୁ ଗଦାଧର ବରିହା, ଗୁରୁ ଝାଡେଶ୍ବର ପଧାନ, ଗୁରୁ ପ୍ରଫୁଲ୍ଲ ନାୟକ, ଗୁରୁ ଚଏତୁ ବୁଡେକ ଲୋକପାଳ ପଟେଲ ପ୍ରମୁଖ ନିଜ ନିଜ ବକ୍ତବ୍ଯ ରେ ଆସନ୍ତା ଦିନରେ ଗଢିଉଠିଥିବା ପ୍ରତ୍ୟେକ ଶବ୍ଦନୃତ୍ୟ ଅନୁଷ୍ଠାନ ଗୁଡିକ ମାଧ୍ୟମରେ ପ୍ରତି ଜିଲ୍ଲା ମାନଙ୍କରେ ଶବ୍ଦନୃତ୍ୟ ଶିକ୍ଷା ଦେଇ ଶବ୍ଦନୃତ୍ୟର ପରିବାର ବୃଦ୍ଧି କରିବା ସକାଶେ ସଂଗୀତ ନାଟକ ଏକାଡେମୀ ଏ ଦିଗରେ ଗୁରୁତ୍ୱ ଦେବାକୁ ଅନୁରୋଧ କରିଥିଲେ । ଆସନ୍ତା ଦିନରେ ବରଗଡ଼ ଠାରେ ପ୍ରତ୍ୟେକ ଶବ୍ଦନୃତ୍ୟ ଗୁରୁ,କଳାକାର ଏବଂ ବିଭିନ୍ନ ଜିଲ୍ଲାର କଳା ସଂସ୍କୃତି ସଂପୃକ୍ତି ଥିବା ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏକ ଆଲୋଚନା ସଭା କରାଯିବାକୁ ଶବ୍ଦନୃତ୍ୟ ଗୁରୁ ଭାଗବତ ପଧାନ(ଭାଗବତିଆ)ଙ୍କ ପ୍ରସ୍ତାବକୁ ସମସ୍ତ ଅତିଥି ଏବଂ ଉପସ୍ଥିତ ଭଦ୍ର ମଣ୍ଡଳୀ କରତାଳି ଦ୍ବାରା ସ୍ବାଗତ କରିଥିଲେ । କୁମ୍ଭାରୀ ଆଜାଦ ଯୁବକ ସଂଘ ତରଫରୁ ସଭାପତି ମନୋଜ କୁମାର ଦାଶ, ସଂପାଦକ ସୁମନ୍ତ କୁମାର ବାରିକ, ରମେଶ ମାଝି, ସେବାନନ୍ଦ ନାଏକ, ଯଶୋବନ୍ତ ମହାପାତ୍ର, ତୀର୍ଥବାସୀ ସେଠ୍,ସୁଦାମ ପଧାନ, ରାକେଶ ବିଶ୍ବାଳ, ଦୀନବନ୍ଧୁ ସାହୁ, ଜିତେନ୍ଦ୍ରିୟ ପଟେଲ, ରମେଶ ଭୋଇ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଦଶ ଜଣ ଛାତ୍ର ଙ୍କୁ ପ୍ରତିଦିନ ଶିକ୍ଷା ଦେବାକୁ ସ୍ଥିର କରାଗଲା । ଶିକ୍ଷା ଦାନ କାର୍ଯ୍ୟକ୍ରମ ରେ କୁମ୍ଭାରୀ ଗ୍ରାମ ର ଅନେକ ବୁଦ୍ଧିଜୀବୀ ଯୋଗଦେଇଥିଲେ । ଶେଷରେ ଅଭିନେତା ସେବାନନ୍ଦ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories