ପାଲା ଗାୟକ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ

Udaya_Labanya | August 3, 2021 | 20 views |0 | Breaking News

ଚମ୍ପେଶ୍ୱର(ଉଲାପ୍ର) ନୀଳାଚଳ ନିଖିଳ ଉତ୍କଳ ପାଲା ଗାୟକ ପରିଷଦ, ଉପଶାଖା ମଣ୍ଡଳ ଉତ୍କଳ ଭାରତୀ ପାଲା ପରିଷଦ, ନରସିଂହପୁର,କଟକ ର ସଭାପତି ଗାୟକ ଜ୍ଞାନ ସିନ୍ଧୁ ବୃହସ୍ପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥଶର୍ମା, ସମ୍ପାଦକ ଶ୍ରୀଯୁକ୍ତ ସୁରେଶ କୁମାର ମିଶ୍ର, କୋଷାଧ୍ୟକ୍ଷ, ଶ୍ରୀ ଯୁକ୍ତ ତପନ କୁମାର ନାୟକ, ଗାୟକ ଶରତ କୁମାର ଦଳେଇ, ଅଯୋଧ୍ୟା ନାଥ ସାମଲ, ସତ୍ୟ ନାରାୟଣ ଜେନା,ବିପିନ ପ୍ରଧାନ, ଦୁଃଖୀ ଶ୍ୟାମ ଦେହୁରୀ, ରମେଶ ମହା ପାତ୍ର, ସୂର୍ଯ୍ୟ ନାରାୟଣ ଦାସ, ଗଙ୍ଗା ଧର ନାୟକ (ଶ୍ରୀପାଳି) ସୁରେନ୍ଦ୍ର ନାୟକ (ସମାଜସେବୀ) ତଥା ଉତ୍କଳ ଭାରତୀ ପାଲା ପରିଷଦ ର ବରିଷ୍ଠ କର୍ମ କର୍ତ୍ତା ଓ ସଦସ୍ୟ ମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ବଡମ୍ବା ବିଧାୟକ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର ଙ୍କ ଉଦ୍ଦେଶ୍ୟରେ ଏକ ଦଶ ଦଫା ସମ୍ବଳିତ ଦାବିପତ୍ର ମଙ୍ଗଳବାର ପୂର୍ବାହ୍ନ ରେ ବିଧାୟକଙ୍କ ନରସିଂହପୁରସ୍ଥିତ ବାସ ଭବନ ରେ ପ୍ରଦାନ କରିଛନ୍ତି। ଏଥିରେ ଦୁଇ ବର୍ଷ ହେବ କୋଭିଡ ପରିସ୍ଥିତିରେ ଜୀବନ ଓ ଜୀବିକା ହରାଇଥିବା ପାଲା ସଂସ୍କୃତି କୁ ନେଇ ଜୀବନ ଜିଉଁଥିବା କଳାକାର ଆଜି ଦୁଦିନ ରେ ଦିନ କାଟୁଛନ୍ତି।ଏହି ପରିପ୍ରେକ୍ଷୀରେ ପାଲା ପରିଷଦ ର ସମସ୍ତ ସଦସ୍ୟ ଙ୍କ ଉପସ୍ଥିତିରେ ଏକ ବୈଠକ କରାଯାଇ କରୋନା ନିମିତ୍ତ ସହାୟତା ରାଶି କୋଡିଏ ହଜାର ଟଙ୍କା ଓ କଳାକାର ଭତ୍ତା କୁ ବାର ଶହ ରୁ ବୃଦ୍ଧି କରି ତିନି ହଜାର କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ବିଧାୟକଙ୍କୁ ଏକ ଦାବିପତ୍ର ଜଣାଇଥିବା ସଭାପତି ଗାୟକ ଜ୍ଞାନ ସିନ୍ଧୁ ବୃହସ୍ପତି ଶ୍ରୀଯୁକ୍ତ ସନ୍ତୋଷ କୁମାର ରଥଶର୍ମା ସୂଚନା ଦେଇଛନ୍ତି ।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories