ବରଗଡ଼ ରୁ ଅମ୍ବାପାଲି କୁ ସିଟି ବସ୍ ସମ୍ପ୍ରସାରଣ କରାଯାଉ: ଆମ୍ ଆଦମୀ ପାର୍ଟି

Udaya_Labanya | August 3, 2021 | 23 views |0 | Breaking News


ବରଗଡ଼: ବର୍ଷା ରେ ଅସ୍ଥାୟୀ ରାସ୍ତା ଭାଙ୍ଗି ଯାଇଥିବାରୁ ବରଗଡ଼ ସହରର ଏକ ମୁଖ୍ୟ ଅଂଶ ଅମ୍ବାପାଲି ୱାର୍ଡ ନଂ ୧୭, ବିଛିନ୍ନ ହୋଇଯାଇଛି । ଯାହା ଫଳରେ ସାଧାରଣ ଲୋକଙ୍କ ଯିବା ଆସିବା ବାଧାପ୍ରାପ୍ତ ହୋଉଛି । ପ୍ରତ୍ୟେକ ଦିନ ଅମ୍ବାପାଲି, ଡୁମ୍ବେରପାଲି , ସରସରା, ନିଲେଶ୍ଵର, ବେହେରା ତଥା ବରପାଲି ଓ ବିଜେପୁର ବ୍ଲକ ର ଲୋକ ମାନେ ଏହି ରାସ୍ତା ଦେଇ ବରଗଡ ସହରକୁ ଯିବା ଆସିବା କରିଥାନ୍ତି । ଅଧିକାଂଶ ଲୋକ ଶ୍ରମିକ, ଛୋଟ କର୍ମଚାରୀ,ଚାଷୀ, ସ୍କୁଲ, କଲେଜ ଛାତ୍ର ଛାତ୍ରୀ, ମହିଳା ହୋଇଥିବାରୁ ଏହି ରାସ୍ତା ପାଇଁ ଅସୁବିଧାର ସମ୍ବୁଖିନ ହେଉଛନ୍ତି । ତେଣୁ ଏହି ରାସ୍ତା ଚାଲୁ ନହେବା ପର୍ଯ୍ୟନ୍ତ ଲୋକଙ୍କ ସୁବିଧା ପାଇଁ ବରଗଡ଼ ରୁ ଅମ୍ବାପାଲି କୁ ସିଟି ବସ୍ ସମ୍ପ୍ରସାରଣ କରିବାକୁ ଆମ୍ ଆଦମୀ ପାର୍ଟି ଜିଲ୍ଲାପାଳ ଙ୍କୁ ଏକ ସ୍ମାରକପତ୍ର ଦେଇଛି । ପ୍ରତ୍ୟେକ ବର୍ଷ ଏହି ପରି ବର୍ଷା ଋତୁ ରେ ଅସ୍ଥାୟୀ ରାସ୍ତା ଭାସି ଯାଉଥିବା ବେଳେ ସମୟ ପୂର୍ବରୁ ଜୀରା ବ୍ରିଜ ନିର୍ମାଣ ନହେବା ଏକ ବଡ଼ ଷଢୟନ୍ତ୍ର ବୋଲି ଜିଲ୍ଳା ଆବାହକ ଭବାନୀ ସାହୁ କହିଛନ୍ତି । ତେଣୁ ବ୍ରିଜ ନିର୍ମାଣ ର ଅହେତୁକ ବିଳମ୍ବର ତଦନ୍ତ ସହ ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଆପ୍ ଦାବୀ କରିଛି । ଅସିତ ସାହୁ, ମରିୟମ ବାର୍ଳା, ଖୁସନୁମା, ମମତା ବେହେରା ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ଗୋଟିଏ ସପ୍ତାହ ଭିତରେ ବସ ଚଲାଚଳ ନହେଲେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି ।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 11 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories