#Breaking News

ଭୋଟବେଳେ ଆଦିବାସୀଙ୍କ ବିକାଶ ଚିନ୍ତା


ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ କାର୍ଯ୍ୟାଳୟରେ ତାଲା ଝୁଲୁଛି ।
ଫୁଲ ବାଣୀ (ସୁନୀଲପଟନାୟକ )
ସରକାରଙ୍କର ଆଦିବାସୀଙ୍କ ପାଇଁ ଦରଦ ଥିବା କଥା କହୁଛନ୍ତି ହେଲେ ବାସ୍ତବରେ ନୁହେଁ।କେବଳ ନିରିହ ଆଦିବାସୀଙ୍କ କଳେବଳେ କୌଶଳେ ଫସାଇ 6ସମାନଙ୍କ ଭୋଟ ହାତେଇବାରେ ବ୍ୟସ୍ତ , ନ ହେଲେ ଆଦିବାସୀଙ୍କ କଳା ସଂସ୍କୃତି ପରମ୍ପରା ଲୋକ ନୃତ୍ୟ ଓ ସେମାନଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶପାଇଁ ଆଦିବାସୀ ଜିଲ୍ଲାଗୁଡିକରେ ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ ଗଠନ କରିଥିଲେ ଠିକ ୨୦ ୧୯ ନିର୍ବାଚନ ପୂର୍ବରୁ । କନ୍ଧମାଳ ସମେତ ରାଜ୍ୟର ମୟୂରଭଞ୍ଜ, ରାୟଗଡ଼ା, କେଉଁଝର, ମାଲକାନାଗିରି, ସୁନ୍ଦର ଗଡନବରଙ୍ଗପୁର, ଗଜପତି , କୋରାପୁଟ ଭଳି୧୦ ଗୋଟି ଜିଲ୍ଲାରେ ୨୦୧୭ ମସିହାରେ ସ୍ଵତନ୍ତ୍ର ଉନ୍ନୟନ୍ନ ପରିଷଦ ଗଠନ କରି ସେଥିରେ ରାଜ୍ୟପାହ୍ୟା ମନ୍ତ୍ରୀ କ୍ୟାଡ଼ର ମାନ୍ୟତା ନେଇ ଦଳୀୟଆଦିବାସୀ ନେତାଙ୍କୁ ଅଧ୍ୟକ୍ଷ ଉପାଧକ୍ଷ ପଦବୀ ଦେବା ସହ ୯ ଜଣିଆ ସଦସ୍ୟ ନିଯୁକ୍ତି କରିଥିଲେ । ଏଥିରେ ଆଦିବାସୀମାନେ ବେଶ ଖୁସି ବ୍ୟକ୍ତ କରିଥିଲେ । ବର୍ଷକୁ ପ୍ରତି ବ୍ଲକ ପାଇଁ ଦେଢ଼ କୋଟି ଲେଖାଏ ଜିଲ୍ଲ।କୁ ୧୮କୋଟି ଟଙ୍କା ଅନୁଦାନ ମଧ୍ୟ ଦେଉଥିଲେ ସରକାର। ଜିଲାରେ କାର୍ଯ୍ୟାଳୟ ମଧ୍ୟ ଖୋଲାଯାଇଥିଲା । ହେଲେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମେ ୨୫ରେ ପରିଷଦକୁ ଭାଙ୍ଗିଦେଇଥିଲେ ସରକାର। ତାପରଠୁ ଏଯାଏ ଗତ ଅଢେଇ ବର୍ଷ ହେଲା ପରିଷଦ ଗଢିନାହାନ୍ତି ସରକାର।
ଫଳରେ କାର୍ଯ୍ୟାଳୟରେ ତାଲା ଝୁଲୁଛି ।
ଅର୍ଥ ଅନୁବାନ୍ ମଧ୍ୟ ଖର୍ଚ ନହୋଇ ପଡି ରହିଛି ଆଇଟିଡିଏ ବିଭାଗରେ । ନୂତନ ପରିଷଦ ଗଠନର ନା ଗନ୍ଧଧରୁନାହ।ନ୍ତି ସରକାର। ଏପଟେପରିଷଦ ଗଠନହେଲେ ହିଁ ପରିଷଦ ଖର୍ଚ କରିବ ଅର୍ଥ ।
ନିର୍ବାଚନ ସରିଲେ ଗାଦି ହାତେଇସାରିଲେ ସରକାର ଭୁଲି ଯାଉଛନ୍ତି ଫଳରେ ଅଧାରେ ଅଟକିଯାଏ ପ୍ରସ୍ତାବିତ ପ୍ରକଳ୍ପ ଆଉ ଅଧା ରହିଯାଏ ବିକାଶ । ଏଥିରୁ ସରକାରଙ୍କ ଉପରଠାଉରିଆ ଆଦିବାସୀ ବିକାଶର ନଗ୍ନ ରୂପର ନମୁନା ଦେଖିବାକୁ ମିଳିଛି କନ୍ଧମାଳ ଜିଲାରେ ।
ତେବେ ଆଗକୁ ହାତଗଣତି କେଇଟା ମାସ ଗଲେ ପଞ୍ଚାୟତ ନିର୍ବାଚନ । ସରକାର ପଞ୍ଚାୟତ ନିର୍ବାଚନ ଆଗେ କରିବାଲାଗି ଅଣ୍ଟାଭିଡିଛନ୍ତି । ତାପରେ ହେବ ପୌର ନିର୍ବାଚନ ଓ ପରେ ପରେ ସାଧାରଣ ନିର୍ବାଚନ ୨୦ ୨୪ରେ ।
ଏଭଳି ସ୍ଥିତିରେ ସରକାର ଏବେ ପୁଣି ଆଦିବାସୀଙ୍କ ବିକାଶ କଥା ଭାବୁଛନ୍ତି କୁ ଆ ଡେ। ନୂଆ ଯୋଜନାର ମଳୟବହିବା ସହ ଅନୁବାନବର୍ଷା ହୁଏ । ଦଳୀୟ ନେତା ଓ କର୍ମୀଙ୍କ ତୁଷ୍ଟିକରଣ କରିବା ଲକ୍ଷ୍ୟରେ ଯୋଜନା ଆଗକୁ ବଢିବ । ଏଣୁ ଏ ଭିତରେ ସରକାର ସ୍ଵତନ୍ତ୍ର ଉନୟନ୍ନ ପରିଷଦ ଗଠନ କରିବା ନେଇ ଚିନ୍ତାକରୁ ଥିବା କଥା ଏକ ସୁତ୍ରରୁ ଜଣାପଡିଛି ।
ଜିଲ୍ଲାରେ ଅନେକ ଆଦିବାସୀ ନେତା ଥିଲେ ମଧ୍ୟ ପୂର୍ବତନ ବିଧାୟକ ରାଜୀବ ପାତ୍ର ଜଣେ ଟାଣୁଆ ନେତା ଓ ସଂଗଠକ ମଧ୍ୟ । ଦଳ ପ୍ରତି ତାଙ୍କର ଆନୁଗତ୍ୟ ରହିଛି। ଏଣୁ ଏସଡିସି ଅଧ୍ୟକ୍ଷ ଭାବେ ତାଙ୍କୁ ମନୋନୀତ କରିପାରନ୍ତି ସରକାର ବୋଲି ଚର୍ଚା ହେଉଛି ।
ତେବେ ଆଦିବାସୀଙ୍କ ଉନ୍ନତି ପାଇଁ କେବେ ଏ ସ ଡିସି ଗଠନ କରୁଛନ୍ତି ସରକ।ର ଓ କାହାକୁ ନିଯୁକ୍ତି ଦେଉଛନ୍ତି ତାହା ଦେଖିବାର କଥା ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *