ମେଘା ଫାର୍ମ ହାଉସ ରୁ ବିପୁଳ ପରିମାଣର କାଠ ଜବତ,ଆସାମୀ ଫେରାର

Udaya_Labanya | August 3, 2021 | 304 views |0 | Breaking News


ଆଠଗଡ(ଉଲାପ୍ର)ଆଠଗଡ ବନାଞ୍ଚଳ ତରଫରୁ ଆଜି ମେଘା ଗ୍ରାମର ଚୈତନ୍ୟ ନାୟକଙ୍କ ଫର୍ମହାଉସ ଉପରେ ବନବିଭାଗ ଚଢ଼ାଉ ଜାରି ବିପୁଳ ପରିମାଣର କାଠ ଜବତ କରିଥିବା ଜଣାପଡ଼ିଛି, ଏହି ଚଢ଼ାଉ ରେ ସାଗୁଆନ,ପଣସ ଓ ଅନ୍ୟାନ୍ୟ କାଠ ଜବତ କରାଯାଇଛି ଯାହାର ପରିମାଣ ଲକ୍ଷାଧିକ ଟଙ୍କା ହେବବୋଲି ଜଣାପଡିଛି, ଏହି ଚଢ଼ାଉ ରେ ଆଠଗଡ ବନାଞ୍ଚଳ ରେଞ୍ଜର

ଆୟାଶା ଅଖତାର ନିଶାଙ୍କ ସହିତ ବନବିଭାଗର ସମସ୍ତ କର୍ମଚାରୀ ଚଢ଼ାଉ ରେ ଯୋଗ ଦେଇଥିଲେ, ହେଲେ ଆସାମୀ ଚୈତନ୍ୟ ନାୟକ ଫେରାର ହୋଇଯାଇଛି,ଏହା ପୂର୍ବରୁ ଗତ ଦୁଇଦିନ ତଳେ କାଠମାଫିଆ ପ୍ରଭାକର ଦାସଙ୍କ କୁକୁଡ଼ାଫାର୍ମ ଓ ଘର ଉପରେ ଚଢ଼ାଉ କରି ଆଠଗଡ ବନବିଭାଗ ବିପୁଳ ପରିମାଣର କାଠ ଜବତ କରିଛନ୍ତି,ଆଠଗଡ ବନାଞ୍ଚଳ ରେଞ୍ଜର ବାରମ୍ବାର ମେଘା ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ଚୋରା କାଠ ମାଫିଆଙ୍କ ଘର ଉପରେ ଚଢ଼ାଉ କରିବା ଯୋଗୁ କାଠମାଫିଆ ମାନେ ଭୟଭୀତ ହୋଇପଡିଛନ୍ତି।

Share this

Related Posts

ନକଲି ପୋଲିସ ଧରି ନିସ୍ତୁକ ମାଡ଼ ମାରିଲେ…

Udaya_Labanya | June 8, 2023 | 12 views |0

ଫୁଲବାଣୀ(ସୁନୀଲ ପଟନାୟକ )ବିଳମ୍ବିତ ରାତିରେ ପୋଲିସ କହି ଲାଲବତୀ ଗାଡି ରେ ଆସି ଲୋକଙ୍କୁ ଗଂଜେଇ କାରବାର କରୁଛ କହି ଡରାଇ ଧମକାଇ ନିୟମିତ ଟଙ୍କା ଆଦାୟ କରିବା, ସୁନା ଗହଣା ଲୁଟ କରିବା ରୁ ଲୋକେ ଅସଲି ପୋଲିସ ନୁହେଁ…

ଉନ୍ନୟନ କାମ ତଦାରଖ କଲେ ଉପଜ଼ିଲ୍ଲାପାଳ

Udaya_Labanya | June 7, 2023 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଜ଼ିଲ୍ଲାପାଳ ମିସ ମଧୁମିତା କାର୍ଯ୍ୟରେ ଯୋଗଦେବା ଦିନଠାରୁ ବାଲିଗୁଡା ସହର ସମେତ ବାଲିଗୁଡା ଉପଖଣ୍ଡର ବିଭିନ୍ନ ବ୍ଲକରେ ଉନ୍ନୟନମୂଳକ କାର୍ଯ୍ୟ ମାନ ଜୋରସୋର ରେ ଚାଲିଥିବା ଦେଖିବାକୁ ମିଳୁଛି l ବିଭିନ୍ନ ବ୍ଲକ ରେ…

Leave a Reply

Your email address will not be published. Required fields are marked *

Archives

Categories