#Breaking News

ଅତିରିକ୍ତ ତହସିଲଦାର ଙ୍କୁ ଅବସର କାଳିନ ସମ୍ବର୍ଦ୍ଧନା


ଫୁଲବାଣୀ-5/8(ସୁନୀଲପଟନାୟକ)
-କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ରେ ଦୀର୍ଘଦିନ ଧରି ନିଷ୍ଠା,ଆନ୍ତରୀକତା ଦକ୍ଷତା ଓ ସଚ୍ଚୋଟତାର ସହ ଅତିରିକ୍ତତହସିଲ ।ଦାର ଦାଇତ୍ଵ ତୁଲାଇ ଆସୁଥିବା ଚନ୍ଦ୍ରହାସ ନାୟକ ଙ୍କୁ କାର୍ଯ୍ୟାଳୟ ରେଆଜି ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା । ଦୀର୍ଘ ଦିନ ଧରି ତୁମୁଡିବନ୍ଧ ଅଂଚଳରେ ଲୋକଙ୍କ ସେବା କରି ପ୍ରିୟ ଭାଜନ ହୋଇଥିଲେ ଅତିରିକ୍ତ ତହସିଲଦାରଚନ୍ଦ୍ରହାସ ନାୟକ । ତେବେ ଚାକିରି କଯ୍ୟକାଳ ସରିବା ପରେ ଆଜି ତାଙ୍କୁ ତୁମୁଡିବନ୍ଧ ତହସିଲ କାର୍ଯ୍ୟଳୟ ପକ୍ଷରୁ ବିଦାୟ କାଳିନ ସମ୍ବର୍ଦ୍ଧନା କରାଯାଇଛି । ଶ୍ରୀ ନାୟକ ଚାକିରୀ ସମୟରେ ନିଜର କିଛି ଅଭୁଲା ସ୍ମୁତି କୁ ମଧ୍ୟ ମନେ ପକାଇଥିଲେ । ଦୀର୍ଘ ଦିନ ଧରି ଚାକିରୀ କାଳ ମଧ୍ୟରେସୁଚାରୁ ରୂପରେ କାର୍ଯ୍ୟ କରିଆସୁଥିବା ନାୟକ ବାକି ସମୟ ଲୋକଙ୍କ ସେବାରେ ବିତାଇବେ ବୋଲି ବିଦାୟକାଳୀନ ଉଦବୋଧନରେ କହିଥିଲେ । ଆୟୋଜିତ କାଯ୍ୟକ୍ରମରେ ତୁମୁଡିବନ୍ଧ ତହସିଲଦାର ଏମ ଅନୁରାଧା ନାୟକଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତାକୁ ବେଶ
ପ୍ରସ ସାଂକରିଥିଲେ। ଅନ୍ୟମାନଙ୍କ ମଧ୍ୟରେ
ରେ ଭିନ୍ୟୁ ପରିଦର୍ଶକ, ବିମଲ ବେବର୍ତା, ଆରଆଇ ସୁବ୍ରତ ମଲ୍ଲିକ, ରାଜସ୍ୱ ସହାୟକ ଶିବ ପ୍ରସାଦ ମଲ୍ଲିକ, ସଚିଦାନନନ୍ଦ ଦିଗାଲ, ଏନ ତିରୁପତି ରାଓ , ମୁଖ୍ୟ କିରାଣୀ ସୁଦର୍ଶନ ବେହେରା, ବିଭୁତି ଭୂଷଣ ସାହୁ, ରଞ୍ଜିତ କନ୍ନହର , ସଞ୍ଜୟ କୁମାର ସାହୁ, ଆବେଲ ନାୟକ ଏବଂ ଅନ୍ୟାନ୍ୟ ରାଜସ୍ୱ କର୍ମଚାରୀ ପ୍ରମୁଖଉପସ୍ଥିତ ରହି ବିଦାୟକାଳୀନ ସମ୍ବର୍ଦ୍ଧନା ଜଣାଇ ଥିଲେ। ।

Leave a comment

Your email address will not be published. Required fields are marked *