ଦୀର୍ଘ ଦିନର ଆଶା ପୂରଣ ହେଲା :ଧାନ ମଣ୍ଡି ନିର୍ମାଣ ପାଇଁ ଭିର୍ତ୍ତି ପ୍ରସ୍ତର ସ୍ଥାପନ : ହଜାର ହଜାର ଚାଷୀଙ୍କ ଦୁଃଖ ଶୁଣିଲେ ସରକାର

Udaya_Labanya | August 5, 2021 | 34 views |0 | Breaking News


ବାଲିଗୁଡ଼ା,(ସଞ୍ଜୟ କୁମାର ପାଣିଗ୍ରାହୀ) : ଦୀର୍ଘ ଦିନର ଦାବୀ ହେଲା ପୁରଣ । ଚାଷୀଙ୍କ ମୁହଁରେ ଫୁଟିଲା ହସ । କନ୍ଧମାଳ ଜିଲ୍ଲା ସିମାନ୍ତ ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଲଣ୍ଡାଗାଁ ଓ ଖମଣଖୋଲ ପଞ୍ଚାୟତବାସୀଙ୍କ ଦୀର୍ଘ ଦିନର ଦାବୀ ପୁରଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଜିଲ୍ଲାର ସିମାନ୍ତ ଖମଣଖୋଲ ଓ ଲଣ୍ଡାଗାଁ ପଞ୍ଚାୟତ ବାସୀ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭରଶୀଳ । ବର୍ଷରେ ଦୁଇଥର ରବି ଓ ଖରିଫ ଋତୁରେ ଧାନ ଚାଷ କରନ୍ତି ଦୁଇ ପଞ୍ଚାୟତର ଚାଷୀ । ଧାନ ଅମଳ ପରେ ମଣ୍ଡି ଅଭାବରୁ ଧାନ ବିକ୍ରି କରିବାରେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଥିଲେ ଦୁଇ ପଞ୍ଚାୟତର ହଜାର ହଜାର ଚାଷୀ । ଏହି ଅଞ୍ଚଳରେ ଧାନ ମଣ୍ଡି କରିବାକୁ ଦୀର୍ଘ ଦିନରୁ ସରକାର ଓ ପ୍ରଶାସନ ନିକଟରେ ଦାବି

କରିଆସୁଥିବା ବେଳେ ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମଣ୍ଡି ପ୍ରତି ଗୁରୁତ୍ବ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବାଲିଗୁଡ଼ା ଉପଜିଲ୍ଲାପାଳ ଡ଼.ଶୁଭଙ୍କର ମହାପାତ୍ର ମଧ୍ୟ ଏନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଅଞ୍ଚଳବାସୀଙ୍କ ଆବଶ୍ୟକତାକୁ ଗୁରୁତ୍ବ ଦେଇଥିଲେ । ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ସରକାରଙ୍କ ପକ୍ଷରୁ ଆଜି ଲଣ୍ଡାଗାଁ ରେ ଧାନ ମଣ୍ଡି ନିର୍ମାଣ ପାଇଁ ବାଲିଗୁଡ଼ା ବିଧାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବାଲିଗୁଡ଼ା ଉପଜିଲ୍ଲାପାଳ, ଲଣ୍ଡାଗାଁ ସରପଞ୍ଚ ସୁବିଧା ମଲ୍ଲିକ, ଟିକାବାଲି ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ନରେଶ ପ୍ରଧାନ ଓ ଅନ୍ୟ କର୍ମଚାରୀଙ୍କ ସମେତ ଦୁଇ ପଞ୍ଚାୟତର ବହୁ ଚାଷୀ ଉପସ୍ଥିତ ଥିଲେ । ସେପଟେ ଦୀର୍ଘ ଦିନର ଦାବୀ ପୁରଣ ହେବା ପରେ ରାଜ୍ୟ ସରକାର, ବିଧାୟକ ଓ ପ୍ରଶାସନିକ ଅଧିକାରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଦୁଇ ପଞ୍ଚାୟତର ହଜାର ହଜାର ଚାଷୀ

Share this
  •  
  •  
  •  
  •  
  •  
  •  
  •  

Related Posts

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Udaya_Labanya | December 3, 2022 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ…

ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

Udaya_Labanya | December 3, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ…

Leave a Reply

Your email address will not be published. Required fields are marked *

Archives

Categories