ବିଧାୟିକା ରୀତା ସାହୁ ସଂଗ୍ରହାଳୟର ମରାମତି କାର୍ଯ୍ୟ ର ତଦାରଖ

Udaya_Labanya | August 5, 2021 | 27 views |0 | Breaking News


ବରଗଡ଼- ବରପାଲି ସ୍ଥିତ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ସଂଗ୍ରାହାଳୟର ଓ ଗବେଷଣା କେନ୍ଦ୍ର ର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ କୁ ଆଜି ବିଜେପୁର ବିଧାୟିକା ରୀତା ସାହୁ ବୁଲି ଦେଖିବା ସହ କାମ ଶିଘ୍ର ଶେଷ କରିବା କୁ କହିଥିଲେ। ୧୯୭୦ ରୁ କବି ଗଙ୍ଗାଧର ମେହେରଙ୍କ ବାସ ଭବନ କୁ ରାଜ୍ୟ ସରକାର (ମ୍ୟୁଜିୟମ) ବା ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିଥିଲେ। ଏହାକୁ ଦେଖିବା କୁ ଓ କବି ଗଙ୍ଗାଧର ମେହେରଙ୍କ ସାହିତ୍ୟରେ ଗବେଷଣା କରୁଥିବା ଛାତ୍ରଛାତ୍ରୀମାନେ ଏଠାକୁ ଆସିଥାନ୍ତି। ଏଠାରେ କବି ଗଙ୍ଗାଧର ମେହେରଙ୍କ ବ୍ୟବହୃତ ସାମଗ୍ରୀ, କୃତି ରହିଛି। ତେବେ ବର୍ତ୍ତମାନ ମରାମତି କାର୍ଯ୍ୟ ପାଇଁ ଏହା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ମରାମତି କାର୍ଯ୍ୟ ଶିଘ୍ର ଶେଷ କରିବା ପାଇଁ ବିଧାୟିକା ନିର୍ଦ୍ଦେଶ ଦେଇଛନ୍ତି। ପରିଦର୍ଶନ ସମୟରେ ମହେନ୍ଦ୍ର ମେହେର, ନିରଞ୍ଜନ ମେହେର, ନରେନ୍ଦ୍ର ହୋତା,ଭୁବନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Udaya_Labanya | December 3, 2022 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ…

ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

Udaya_Labanya | December 3, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ…

Leave a Reply

Your email address will not be published. Required fields are marked *

Archives

Categories