#Breaking News #Uncategorized

ସରକାରଙ୍କ ମାଳମାଳ ଯୋଜନା, କନ୍ଧମାଳରେଏବେ ବି ଭାତ ଡ଼େକ ଚି ରେ ବସାଇ ପିଲାଙ୍କୁ ନଦୀ ପାର କରନ୍ତି


ଫୁଲବାଣୀ-6/8(ସୁନୀଲପଟନାୟକ)
ସ୍ଵାଧୀନତାର ୭୪ ପରେ ବି ଗାଁକୁ ଗମନାଗମନରସୁବିଧା ନ ଥିବାରୁ ଏବେ ବି ଲୋକେ ଜୀବନକୁ ବାଜି ଲଗାଇ ନିଜେ ଛାତିଏ ପାଣିରେ ବୁଡ଼ି ପିଲାମାନଙ୍କୁ ଭାତରନ୍ଧା ଡେକଚି ଭିତରେ ବସାଇ ନଦୀ ନାଳ ପାର କରୁଛନ୍ତି । ଏଭଳି ଏକ ଅଭାବନୀୟ ଦୃଶ୍ୟ କଟ୍ରିଙ୍ଗିଆ ପଞ୍ଚାୟତରେ ଦେଖିବାକୁ ମିଳିଛି । ଗ୍ରାମର ଲୋକେ କିଭଳି ଜୀବନକୁ ବାଜି ଲଗାଇ ନାଳ ପାର ହୋଇ ପଞ୍ଚାୟତ କୁ ଅ।ସୁଛନ୍ତି । ସୂଚନା ମୁତାବକ ଗ୍ରାମର ଲୋକେ ସେମାନଙ୍କ ପିଲାମାନଙ୍କୁ କାନ୍ଧରେ ବସାଇ ନତୁବା ଭାତ ରନ୍ଧାଡ଼େକ ଚି6ର ବସାଇ ସ୍କୁଲ,ଅଙ୍ଗନବାଡି କେନ୍ଦ୍ର, ବଜାର ,ମେଡିକାଲ ଆଦିକୁ ଆଣନ୍ତି ।
ଅଭିଯୋଗ କଲେ ଶୁଣୁଛିବା କିଏ ?


ତେବେ,ବର୍ଷବର୍ଷ ଧରି ଉପାନ୍ତ ଅଞ୍ଚଳର ବିକାଶପାଇଁ କେବଳ ଯୋଜନା ହେଉଛି, ଖାଲି ଯୋଜନା କାହିଁକି ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ ମଧ୍ୟ କରାଯାଉଥିବା କଥା କୁହାଯାଉଛି। ହେଲେନା ବଦଳୁଛି ସେଠାକାର ଲୋକଙ୍କ ଭାଗ୍ୟ ନା ସମସ୍ୟାର ସମାଧାନ ହେଉଛି । ଏଭଳି ଦୁର୍ବି ସହ ଜୀବନଜିଉଁଛନ୍ତି କନ୍ଧମାଳ ଜିଲ୍ଲା ଖୋଦ ସଦରମହକୁମା ଫୁଲବାଣୀ ବ୍ଳକ ଅନ୍ତର୍ଗତ କଟ୍ରିଙ୍ଗିଆ ପଞ୍ଚାୟତର ବୁଡାଣୀ ପାଙ୍ଗା ଓ ଗରପଲି ଗ୍ରାମର ଲୋକେ ।

କନ୍ଧମାଳ ଜିଲ୍ଲାର ସଦର ଫୁଲବାଣୀ ବ୍ଳକ ରୁ ମାତ୍ର୧୮ କିମି ଦୁରରେ ରହିଛି କଟ୍ରିଙ୍ଗିଆ ପଞ୍ଚାୟତ । ପଞ୍ଚାୟତ ର ବୁଡା ଣିପାଙ୍ଗା, କୁତା ବୃ ଡି ଓ ଗରପଲି ଗ୍ରାମ ଲୋକଙ୍କ ସମସ୍ୟା କଥା କହିଲେ ନସରେ । ଖରାଦିନେ ଯେମିତି ସେମିତି ବିଲ ନଦୀ ନ।ଳଦେଇ ଯାଆସ କରିଥିବାବେଳେ ବର୍ଷା ଆସିଲେ ମନରେ ଛନକା ପଶିଯାଏ ।


ଏବେ ବର୍ଷାରେ ନାଳରେପାଣି ଆସି ଯିବା ଫଳରେ ପାଣିଭିତରେ ପଶି ଜୀବନ କୁ ବାଜି ଲଗାଇ ଯାଆ ସ କରୁଛନ୍ତି। ନାଳ ଉପରେ ପୋଲ ଟିଏ ନିର୍ମାଣ କରିବାପାଇଁ ବହୁବାର ପ୍ରଶାସନ ଓ ନେତାଙ୍କୁ କହିଲେ ମଧ୍ୟ କେହସେମାନଙ୍କ କଥା ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ଷ ବର୍ଷ ଧରି ମୌକିକସୁବିଧାସୁଯୋଗରୁ ବଞ୍ଚିତ ଏ ମାନେ।
ବିକାଶ କଥା ଏମାନେ କେବଳ ଶୁଣୁଛନ୍ତି ହେଲେ ଦେଖିନାହଁ।ନ୍ତି।
ତେବେ ଏ ସବୁ ଗ୍ରାମର ଲୋକେ କେବେ ଗମନାଗମନର ସୁବିଧା ପାଉଛନ୍ତି ତାହା ଦେଖିବାର କଥା ।

Leave a comment

Your email address will not be published. Required fields are marked *