ସମ୍ବଲପୁରୀ ବସ୍ତ୍ରାଳୟରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ;ଗିଫ୍ଟ ଭାଉଚର ର ଶୁଭାରମ୍ଭ

Udaya_Labanya | August 7, 2021 | 20 views |0 | Breaking News


ବରଗଡ଼:୭/୮- ବରଗଡ଼ ସହର ସମ୍ବଲପୁରୀ ବସ୍ତ୍ରାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମେଗା ସୋ ରୁମ ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସମ୍ବଲପୁରୀ ବସ୍ତ୍ରାଳୟର ପ୍ରଶାସିକା ତଥା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗ ଦେଇ ସମ୍ବଲପୁରୀ ବସ୍ତ୍ର ସଂପର୍କ ରେ ଆଲୋକପାତ କରିବା ସହ ବସ୍ତ୍ରାଳୟର ବିଭିନ୍ନ ସ୍ଥାନରେ ଥିବା ବିକ୍ରୟ କେନ୍ଦ୍ର ଗୁଡିକରେ ଲୁଗା ବିକ୍ରି ଉପରେ ଗ୍ରାହକଙ୍କ ପାଇଁ ଗିଫ୍ଟ ଭାଉଚର ଯୋଜନାର ଶୁଭାରମ୍ଭ କରିଥିଲେ। ସେହିପରି ସମ୍ବଲପୁରୀ ବସ୍ତ୍ରାଳୟର ରେ ଏବେ ସରକାରୀ ରିହାତି ରହିଥିବା ସୂଚାଇ ଥିଲେ। ସମ୍ବଲପୁରୀ ବସ୍ତ୍ର ର ଚାହିଦା ବୃଦ୍ଧି ସକାଶେ ତଥା ବୁଣାକାର ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିବା ସକାଶେ

myhandloommypride and odishahandloom magichashtag ରେ ନିଜକୁ ଯୋଡ଼ିବା ପାଇଁ ନିବେଦନ କରିଥିଲେ। ବର୍ତ୍ତମାନ ସମ୍ବଲପୁରୀ ବସ୍ତ୍ର କୁ ଏକ ନୂତନ ରୁପ ଦେବା ସକାଶେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବେସନ ଡିଜାଇନର ବିଭୁ ମହାପାତ୍ର ଙ୍କୁ ବସ୍ତ୍ରାଳୟର ରେ ସାମିଲ କରାଯାଇଛି। ତାଙ୍କ ଦ୍ଵାରା ଡିଜାଇନ୍ ରୁ ଉତ୍ପାଦିତ ଲୁଗା ଅତି ଶିଘ୍ର ଗ୍ରାହକ ମାନେ ବସ୍ତ୍ରାଳୟର ବିକ୍ରୟ କେନ୍ଦ୍ର ଗୁଡିକରୁ ପାଇଁ ପାରିବେ ବୋଲି ଶ୍ରୀମତୀ ବାନାର୍ଜୀ କହିଥିଲେ। ଉତ୍ସବରେ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶିଶିର କୁମାର ନାଗ, ସମ୍ପାଦକ ସମ୍ପୂନାନନ୍ଦ ପ୍ରଧାନ, ବିକ୍ରୟ ପ୍ରବନ୍ଧକ ହେମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories