#Breaking News

ଦୀର୍ଘବର୍ଷ ବିତିଲାଣି ସିକ କେତା ପୋଲ ନିର୍ମାଣ ହେବ କେବେ ?


ଫୁଲବାଣୀ-8/8(ସୁନୀଲପଟନାୟକ)
ବର୍ଷ ପରେ ବର୍ଷ ବିତିଲାଣି ହେଲେ ପୋଲ ନିର୍ମାଣ ହେବ କେବେ ? ଏହାକୁ ନେଇ ଏବେ ଉଠିଛି ପ୍ରଶ୍ନ। କଂଗ୍ରେସ ନେତା ପ୍ରତାପ ପ୍ରଧାନ ଏ ନେଇ ପ୍ରଶ୍ନ କରିଛନ୍ତି ।
କନ୍ଧମାଳ ଜିଲ୍ଲାର ରାଇକିଆରୁ ଦାରିଙ୍ଗବାଡି ରାସ୍ତାରେ ସିକ କେତ।ଗ୍ରାମ ନିକଟରେ ଥିବା ପୋଲଟି ଗତ ୫ ବର୍ଷ ହେଲା ଭାଙ୍ଗିଯାଇଛି ।
ନୂତନ ପୋଲ ନିର୍ମାଣ କରାଯାଉ ନଥିବା ଅଭିଯୋଗ କରିଛନ୍ତି, ପ୍ରତାପ । ଫଳରେ ଗମନାଗମନରେ ବାଧା ସୃଷ୍ଟି ହେଉଥିବା ପ୍ରତାପ ଅଭିଯୋଗ କରିଛନ୍ତି । ପ୍ରଶାସନ ପକ୍ଷରୁ ସିକ କେତା ଗ୍ରାମର ୨/ ୩ଜଣ ଆଦିବାସୀଙ୍କ ଜମିରେ କାମଚଳା ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି। ଫଳରେ ସେମାନଙ୍କ ଜମି ନଷ୍ଟ ହେଉଛି । ଏହି ରାସ୍ତାରେ ବିଧାୟକ, ମନ୍ତ୍ରୀ,ଜିଲା ପାଳ ବିଭିନ୍ନ ସମୟରେ ଯିବାଆସିବା କରୁଥିଲେ ମଧ୍ୟ ସ୍ଥାୟୀ ପୋଲ ନିର୍ମାଣ କରୁ ନ ଥିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି ପ୍ରତାପକହିଛନ୍ତି ।
ପ୍ରଶାସନ ତୁରନ୍ତ ଏହି ପୋଲ ନିର୍ମାଣ କରିବା ସହ କ୍ଷତି ଗ୍ରସ୍ତ ଗ୍ରାମବାସୀଙ୍କୁ କ୍ଷତିପୁରଣ ଦେବା ଲାଗି କଂଗ୍ରେସ ନେତା ପ୍ରତାପ ପ୍ରଧାନଙ୍କ ସହ ଗ୍ରାମବାସୀ ଦାବୀ କରିଛନ୍ତି । ଏକ ମାସ ମଧ୍ୟରେ ପୋଲ କାମ ଆରମ୍ଭ ନ ହେଲେ ଗ୍ରାମବାସୀ ବାଧ୍ଯ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Leave a comment

Your email address will not be published. Required fields are marked *