#Breaking News

ନିଜସ୍ଵ ଜ୍ଞାନକୌଶଳରେ ଉନ୍ନତ ଯନ୍ତ୍ରପାତି ନିର୍ମାଣ ପାଇଁ ୪ଜଣ ଚାଷୀଙ୍କୁ ଆର୍ଥୀକ ସହାୟତା


ଫୁଲ ବାଣୀ-7/8 (ସୁନୀଲ ପଟନାୟକ)
ନିଜସ୍ଵ ଜ୍ଞାନକୌଶଳରେ ଉନ୍ନତ ଓ ଅଭିନ ଭ ଯନ୍ତ୍ରପାତି ନିର୍ମାଣ ସକାଶେ କନ୍ଧମାଳ ଜିଲ୍ଲାର ୪ଜଣ ଅଗ୍ରଣୀ ଚାଷୀଙ୍କୁ ଆଜି ଶନିବାର କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦାଡି ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି । ସେମାନେ ହେଲେ ଟିକା ବାଲି ବ୍ଲକ୍ ସିରିଡ଼ିକିଆ ଗ୍ରାମର ସୁଧାକର କହଁର,କୋଟଗଡ଼ର ବଶିଷ୍ଠ ପ୍ରଧାନ, ଓ ଯୋଗେନ୍ଦ୍ର ମଲିକ,ଙ୍କୁ ୧୫ ହଜାର ଟଙ୍କା ଓ ନୂତନ ପରିକଳ୍ପନା ନିମନ୍ତେ ଚାଷୀ ଗଣେଶରଣାଙ୍କୁ ୫ ହଜାର ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।
ଏହାଦ୍ଵାରା ସେମାନେ ଉତ୍ସାହୀ ତ ହେବା ସହ ଆଗକୁ ଚାଷୀମାନଙ୍କ ପାଇଁନୂତନ ପରିକକ୍ପନା କରି ଆଉ କିଛି ନୂତନ ଯନ୍ତ୍ରପାତୀ ପ୍ରସ୍ତୁତି କରିବେ ବୋଲି ଚାଷୀମାନେକହିଛନ୍ତି।
ଏହି ଅବସରରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ କୁମାର ଶତପଥି, ଉପପ୍ରକଳ୍ପ ନିର୍ଦ୍ଦେଶକ ଆତ୍ମା, ଅନୀଲ କୁମାର ପ୍ରହରାଜ ଓ ପରିଯୋଜନା ଅଧିକାରି ରାମ ପ୍ରସାଦପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *