ବରପାଲି ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ

Udaya_Labanya | August 8, 2021 | 24 views |0 | Breaking News


ବରଗଡ଼:-୭/୮ ଆଜି ଜାତୀୟ ହସ୍ତତନ୍ତ ଦିବସ ବରପାଲି ମେହେର ଧର୍ମଶାଳା ଠାରେ ପାଳିତ ହୋଇଯାଇଛି। ମହେନ୍ଦ୍ର କୁମାର ମେହେର ଙ୍କ ସଭାପତିତ୍ବ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ ଯୋଗ ଦେଇ ଥିବା ବେଳେ ବରଗଡ଼ ଜିଲ୍ଲା ବୟନ ଶିଳ୍ପ ଉପ ନିର୍ଦ୍ଦେଶକ ଶିଶିର କୁମାର ନାଗ, ସମ୍ପାଦକ ସମ୍ବଲପୁରୀ ବସ୍ତ୍ରାଳୟର ସମ୍ପୁର୍ଣାନନ୍ଦ ପ୍ରଧାନ, ଡଃ ସୁରେନ୍ଦ୍ର ମେହେର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନ ସ୍ଥିତି ରେ ବୁଣାକାର ମାନଙ୍କ ଅବସ୍ଥା ଏବଂ ଏହାର ଅତି ଶିଘ୍ର କିପରି ପ୍ରତିକାର କରାଯାଇ ପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ମୁଖ୍ୟ ଅତିଥି ବିଧାୟିକା ରୀତା ସାହୁ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟ କ୍ରମକୁ ଉଦଘାଟନ କରିଥିଲେ। ପ୍ରାରମ୍ଭିକ ସୂଚନା ଶ୍ରୀମତୀ ସୁକାନ୍ତି ମେହେର ପ୍ରଦାନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସନ୍ଥ କବିର ପୁରସ୍କାର ପ୍ରାପ୍ତ ବାନ୍ଧ ଶିଳ୍ପୀ କ୍ଷେତ୍ରମୋହନ ମେହେର,କଳାବତୀ ମେହେର, ଲଳିତ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଆଜି ବିଶ୍ୱ ଏଡ଼ସ ଦିବସ କନ୍ଧମାଳ ରେ୨୫୫…

Udaya_Labanya | December 1, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ଜନ ସଚେତନତା ବଢିବା ଯୋଗୁଁ ଏବେ ଆଗଭଳି ଏଡ଼ସ ରୋଗ ବ୍ୟାପୁନାହିଁ ଆଉ ତତସହିତ ମୃତ୍ୟୁ ହାର ମଧ୍ୟ ଢେର କମିଛି ବୋଲି ଗୁରୁବାର ଫୁଲବାଣୀ ମୁଖ୍ୟ ଡାକ୍ତର ଖାନା ପରିସର ରେ ବିଶ୍ୱ ଏଡ଼ସ ଦିବସ…

ବିଦ୍ୟାଳୟରେ ଶ୍ରେଣୀଗୃହ ନାହିଁ,ବାରଣ୍ଡାରେ ପାଠ ପଢା

Udaya_Labanya | December 1, 2022 | 5 views | 0

ଫୁଲବାଣୀ(ସୁନୀଲ ପଟନାୟକ )ସରକାର ଶିକ୍ଷାର ବିକାଶପାଇଁ ପର୍ଯ୍ୟାପ୍ତ ଅର୍ଥ ଖର୍ଚ କରୁଛନ୍ତି, ପିଲାମାନେ ଯେପରି ସ୍କୁଲ ମୁହଁ । କରିବାଲାଗି ବହିପତ୍ର ଠୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ,ପୋଷାକ, ଜୋତା ଆଦି ମାଗଣାରେ ପ୍ରଦାନ କରୁଛନ୍ତି। ହେଲେ କନ୍ଧମାଳ ଜିଲ୍ଲାର କେତେକ…

Leave a Reply

Your email address will not be published. Required fields are marked *

Archives

Categories