ବାଲିଗୁଡା ଉପଖଣ୍ଡ କାରାଗାରର ବିଚାରଧୀନ କଏଦୀ ବ୍ରହ୍ମପୁର ମେଡିକାଲରୁ ଚିକିତ୍ସାଧୀନ ଅବସ୍ଥାରେ ଫେରାର

Udaya_Labanya | August 8, 2021 | 19 views |0 | Breaking News


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଉପଖଣ୍ଡ କାରାଗାରର ଏକ ବିଚାର ଧୀନ କଏଦୀ ବ୍ରହ୍ମପୁର କୋଭିଡ ମେଡିକାଲରେ ଚିକିତ୍ସା ଧୀନ ଅବସ୍ଥାରେ ଫେରାର ହୋଇଥିବା ଜଣାପଡିଛି l ସୂଚନା ମୁତାବକ ନୟାଗଡ ଅଞ୍ଚଳର ମିହିର ତହସିନ (୩୭) ନାମକ ଏକ ବ୍ୟକ୍ତି ବାଲିଗୁଡା ଅଞ୍ଚଳରୁ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ଥିଲେ l ଜୁଲାଇ ୪ ତାରିଖ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଗଞ୍ଜେଇ ଚାଲାଣ କରୁଥିବା ସମୟରେ ଉଦୟଗିରି ଅବକାରୀ ବିଭାଗଙ୍କ ହାତରେ ଧରାପଡ଼ିଥିଲେ l ଜି.ଉଦୟଗିରି ଅବକାରୀ ବିଭାଗ କେଶ ନଂ.୧୭/୨୧ ରେ ମାମଲା ରୁଜୁ କରି ଉକ୍ତ ଗଞ୍ଜେଇ ମାଫିଆକୁ କୋର୍ଟ ଚାଲାଣ କରିଥିଲେ l ୪ ତାରିଖ ଠାରୁ ସେ ବାଲିଗୁଡା ଜେଲରେ ବିଚାରଧୀନ କଏଦୀ ଭାବେ ରହିଥିଲେ l ଜୁଲାଇ ୨୮ ତାରିଖ ରେ ଦେହ ଅସୁସ୍ଥ ଲାଗିବାରୁ ଜେଲ କର୍ତ୍ତୁପକ୍ଷ ତାଙ୍କୁ ବାଲିଗୁଡା ମେଡ଼ିକାଲରେ କୋଭିଡ-୧୯ ପରୀକ୍ଷା କରାଇଥିଲେ l ରିପୋର୍ଟ ପଜିଟିଭ ଆସିବାରୁ କାରାଗାର ପରିସରରେ ଚିକତ୍ସା ହେଉଥିଲେ l କିନ୍ତୁ ଜୁଲାଇ ୩୧ ତାରିଖ ଦିନ ଶରୀର ଅଧିକ ଅସୁସ୍ଥ ହୋଇଯିବାରୁ ତାଙ୍କୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକତ୍ସାଳୟରେ ଚିକିତ୍ସା କରିବାପରେ ପରିସ୍ଥିତି ଗୁରୁତର ହେବାରୁ କଏଦୀ ମିହିର ତହସିନଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ଏମକେସିଜି କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ l ସେହିଦିନ ଠାରୁ ଶୁକ୍ରବାର ୬ ତାରିଖ ପର୍ଯ୍ୟନ୍ତ ସେ କୋଭିଡ ମେଡିକାଲରେ ଚିକିତ୍ସା ହେଉଥିଲେ l ସୂଚନା ମୁତାବକ ଶନିବାର ୭ ତାରିଖ ସକାଳ ସମୟରେ ସେ କୋଭିଡ ମେଡିକାଲରୁ ଚମ୍ପଟ ମାରିଛି l ଏହି ଖବର ପାଇବା ପରେ ବିଭାଗ ତରଫରୁ ତାକୁ ଧରିବା ପାଇଁ ତନାଘନା ଚାଲିଛି ବୋଲି ବାଲିଗୁଡା ଉପଖଣ୍ଡ କାରାଗାରର ଅଧିକାରୀ ସଞ୍ଜୀବ କୁମାର ସଏ ପ୍ରକାଶ କରିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଫୁଲବାଣୀ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

Udaya_Labanya | December 3, 2022 | 4 views |0

ଫୁଲବାଣୀ(ସୁନୀଲ ପଟନାୟକ )ଫୁଲବାଣୀ ର ଏଜ ଓ ହାଇ ସ୍କୁଲ ପରିସରରେ ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତଓ ପରିବେଶ ସମ୍ପର୍କିତ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ…

ଫୁଲବାଣୀ ରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ

Udaya_Labanya | December 3, 2022 | 5 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ର ଏଜେଓ ହାଇ ସ୍କୁଲ ପରିସରରେ ଆନ୍ତର୍ଜାତୀୟ ଭିନ୍ନ କ୍ଷମ ଦିବସ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ କୁ ବ୍ଲକ ଶିକ୍ଷାଧିକାରୀ ରଞ୍ଜନ କୁମାର କହଁର ଉଦଘାଟନ କରିଥିବା ବେଳେ ମୁଖ୍ୟ…

Leave a Reply

Your email address will not be published. Required fields are marked *

Archives

Categories