#Breaking News

ଚଳିତ ସ୍ୱାଧୀନତା ଦିବସ ଅବସରରେ କନ୍ଧମାଳର ଜଣେ ସବଇନସପେକ୍ଟର ସମେତ ୩ କନଷ୍ଟେବଳ ସମ୍ମାନିତ ହେବେ


ଫୁଲବାଣୀ- ସୁନୀଲ ପଟନାୟକ)
ଚଳିତବର୍ଷ ପବୀତ୍ର ସ୍ଵାଧୀନତା ଦିବସ ୨୦୨୧ଅବସରରେ କନ୍ଧମାଳ ଜିଲ୍ଲାର ଜଣେ ସବଇନସପେକ୍ଟରଙ୍କ ସମେତ ୩ ଜଣ କନେଷ୍ଟବଳଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଡିସ ଆୱ।ର୍ଡ ପାଇବା ଲାଗି ମନୋନୀତ ହୋଇଛନ୍ତି ।
ଏନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଚିଠିନମ୍ୱର ୮୮୦/ଏସିଆର ସେଲ ତା୧୧/୮/୨୧ରେ ପ୍ରକାଶ ପାଇଛି ।
କନ୍ଧମାଳରୁ ପୁରସ୍କାର ପାଇବାକୁଥିବା ଗୋଛାପଡ଼ା ଥାନା ସବଇନ ସପେକ୍ଟର ରଣଜିତ କୁମାର ମୁନୀ ଓ ୩ଜଣ କନେଷ୍ଟବଲ ସରୋଜ କୁମାର ସାହୁ, ତପନ କୁମାର ପ୍ରଧାନ, କାର୍ତ୍ତିକ କହଁର ବୋଲି ଜଣାପଡିଛି ।
ଡିଜିପି ଡିସ୍କ ଆୱ।ର୍ଡ ପାଇବା ଶୁଣି ସମସ୍ତ କର୍ମଚାରି ମାନେ ଖୁସି ବ୍ୟକ୍ତ କରିବା ସହ ଡିଜିପି ଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି
ପୁରସ୍କାର ସେମାନଙ୍କୁ ଆଗାମୀ ଦିନରେ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ଲାଗି ପ୍ରେରଣା ଯୋଗାଇବ ଆଉ ସେମାନେ ଦକ୍ଷତାର ସହ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

Leave a comment

Your email address will not be published. Required fields are marked *