#Breaking News

ପୋଲ ମରାମତି ହେଉନି, କାଠଗଣ୍ଡି ଭରସା


ଫୁଲ ବାଣୀ-(ସୁନୀଲପଟନାୟକ)
ସରକାର ଗ୍ରାମାଞ୍ଚଳର ଲୋକମାନଙ୍କ ପାଇଁ ଗମନାଗମନର ସୁବ୍ୟବସ୍ଥା ପାଇଁ ପୋଲ,ରାସ୍ତା ଆଦି ନିର୍ମାଣ କରିବାପାଇଁ ପର୍ଯ୍ୟ । ପ୍ତ ପରିମାଣର ଅର୍ଥ ଅନୁଦାନ ମଧ୍ୟ ଯୋଗାଇ ଦେଉଛନ୍ତି। ତେବେ ଦାୟୀତ୍ଵରେ ଥିବା ଅଫିସରମାନଙ୍କ ନିଷ୍ଠା ଓ ଆନ୍ତରିକତାର ଅଭାବ ଯୋଗୁଁ ଅର୍ଥ ଅନୁଦାନର ସଦ ବିନିଯୋଗ ହେଉନି। ବର୍ଷ ବର୍ଷ ଧରି ପୋଲ କିମ୍ବା ରାସ୍ତାର ମରାମତି ବି ହେଉନି। ଫଳରେ ଯୋଜନାର ସୁଫଳ ପାଉନାହାନ୍ତି ଲୋକେ ।
ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାମାଓ ପ୍ରବଣ ଦାରିଙ୍ଗବାଡି ବୁକ୍ ର ସୋନପୁର ପଞ୍ଚାୟତରେ।
ଏହି ପଞ୍ଚାୟତର କୁଟି ମାହା ଗ୍ରାମରେ ୪୦ ପରିବାରର ପ୍ରାୟ ୨ ଶହ ପାଖାପାଖି ଲୋକେ ରହୁଛନ୍ତି । ହେଲେ ଗ୍ରାମକୁ ଯିବା ଲାଗି ଭଲ ରାସ୍ତାଟିଏ ନାହିଁ। ଗ୍ରାମକୁ ଯିବାଆସିବା କରିବାପାଇଁ ନାଳ ଉପରେ ପୋଲ ଟିଏ ହେଇଥିଲା ହେଲେ ନିର୍ମାଣର କିଛିମାସ ପରେ ପବଳ ବର୍ଷାରେ ପୋଲର ସାଇଡୱ ୲ ଲ ଧୋଇ ହୋଇ ଯିବା ଫଳରେ ଆଉ ମରାମତି ହେଉନି ଏଯାଏ । ଫଳରେ ଗ୍ରାମବାସୀ କାଠଗଣ୍ଡି ଗୋଟିଏ ପକାଇ ତା ଉପର ଦେଇ ଯା ଆସ କରୁଥିବା ଦେଖାଯାଉଛି।
ସେହିପରି ପାନୀୟ ଜଳ, ସ୍ୱାସ୍ଥ୍ୟ, ଶିକ୍ଷା ଓ ବିଦ୍ୟୁତ ଭଳି ମଧ୍ୟ ସମସ୍ୟା ରହିଛି । ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ।
ସରପଞ୍ଚଙ୍କ ସମେତ ବିଡିଓ ଓ ଲୋକପ୍ରତିନିଧିକୁ ଜଣାଇଲେଣି ହେଲେ ଫଳ ଶୁନ ବୋଲି ଗ୍ରାମର ସୁନାରସିଂ ପ୍ରଧାନ। ବିପିନ ପ୍ରଧାନ କହିଛନ୍ତି ।
ପୋଲ ଓ ସ୍ଥାୟୀରାସ୍ତାକାମ ନ ହେଲେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ବଏକ ଟ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ କେବେ ଏହି ଗ୍ରାମର ସମସ୍ୟା ସମାଧାନ ହେଉଛି ଓ କେବେ ଗ୍ରାମବାସୀ କାଠଗଣ୍ଡି ବଦଳରେ ସ୍ଥାୟୀ ପୋଲ ଉପରେଯା ଆସ କରିବେ ତାହା ଦେଖିବାର କଥା।

Leave a comment

Your email address will not be published. Required fields are marked *