#Breaking News

ପ୍ରସ୍ତାବିତ ନୂତନ ଇନ୍ ଡୋର ଷ୍ଟାଡିୟମ କୁ ସହିଦ ମାଧୋ ସିଂ ଙ୍କ ନାମରେ ନାମିତ କରାଯାଉ: ଆପ୍


ବରଗଡ଼: ୧୨/୮(ସତ୍ୟ ନାରାୟଣ ପ୍ରଧାନ)
ରାଜ୍ୟ ସରକାର ଖେଳର ବିକାଶ ପାଇଁ ବିଭିନ୍ନ ସ୍ଥାନରେ ଇନ୍- ଡୋର ଷ୍ଟାଡିୟମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ କିନ୍ତୁ ତାହାକୁ ସହିଦ ମାଧୋ ସିଂ ଙ୍କ ନାମରେ ନାମିତ କରିବାକୁ ଆମ୍ ଆଦମୀ ପାର୍ଟି ଦାବୀ କରିଛି । ଗୁରୁବାର ଜିଲ୍ଲାପାଳଙ୍କୁ ଏହି ଦାବୀପତ୍ର ଦେବା ସହ ସହିଦ ଙ୍କ ବଳିଦାନ ଓ ସ୍ୱାଧୀନତା ସଂଗ୍ରାମରେ ମାଧୋ ସିଂ ଙ୍କ ଭୂମିକା ବିଷୟରେ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କୁ ସମସ୍ତେ ସମ୍ମାନ କରୁଥିବା ବେଳେ ବିଜୁ ବାବୁ ଙ୍କ ନାମ ରେ ବିଜେଡି କେବଳ ଶସ୍ତା ରାଜନୀତି କରୁଛି ବୋଲି ଜିଲ୍ଲା ଆବାହକ ଭବାନୀ ସାହୁ କହିଛନ୍ତି । ଷ୍ଟାଡିୟମ ରେ ସହିଦ ମାଧୋ ସିଂ ଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରିବାକୁ ଆପ୍ ପକ୍ଷରୁ ଦାବୀ ହୋଇଛି । ପ୍ରତିନିଧି ମଣ୍ଡଳୀରେ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର, ମରିୟମ ବାର୍ଲା, ଅସିତ ସାହୁ, ସ୍ୱରୂପ ଭୋଇ, ରମେଶ ପତି, ଯଶୋବନ୍ତି ପୋଢ଼, ଗୋଲାପୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *