#Breaking News

ସତଲମା କେନାଲ କଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ବରଗଡ
(ସତ୍ୟ ନାରାୟଣ ପ୍ରଧାନ)
ଆଜି ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା କେନାଲରେ ଦିବଂଗତ ବିଧାୟକ ସୁବଳ ସାହୁ ଙ୍କ ସୃତି ଉଦ୍ୟେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ହଲଦିପାଲି ବ୍ରିଜ଼ ରୁ ଆରମ୍ଭ କରି ସତଲମା ପର୍ଯ୍ୟନ୍ତ କେନାଲ ର ଉଭୟ ପାର୍ଶ୍ୱ ରେ ବୃକ୍ଷ ରୋପଣ କରାଯାଇଥିଲା l ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଜେଡି ନେତା ଟିକାୟତ ମହତ୍ତମ, ଯୁବ ବିଜେଡି ନେତା ସୌରଭ ସାହୁ ଓ ମସ୍ତରମ ନାୟକ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସତଲମା ର ଯୁବନେତା ଶଶଧର ସାହୁ ସମ୍ପାଦନ କରିଥିଲେ l ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ହଲଦିପାଲି ଗ୍ରାମର ର ବହୁ ଗ୍ରାମବାସୀ ସହଯୋଗ କରିଥିଲେ l ସତଲମା ଓ ହଲଦିପାଲୀ ର ଯୁବକ ଏଥିରେ ଅଂଶଗ୍ରହଣ କରିଥିଲେ।

Leave a comment

Your email address will not be published. Required fields are marked *