#Breaking News

କାଲିଠୁଜାତୀୟ ପତାକା ଉଡୁଛି, ଭୁଲିଗଲେ ସାର ?


ଫୁଲବାଣୀ-୧୬/୮(ସୁନୀଲ ପଟ୍ଟନାୟକ)
ଜାତୀୟପତାକା ପ୍ରତି ଅସମ୍ମାନ । ଗତକାଲିଠୁ ଉଡୁଛି ଜାତୀୟ ପତାକା । ଅବତରଣ କରିବାକୁ ସାରବୋଧହୁଏ ଭୁଲି ଗଲେ । ସୋମବାର ରାତି ହେଲାଣି ପଛେ ପତାକା ଓହ୍ଲାଯାଇନାହିଁ ।
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଫୁଲବାଣୀବ୍ଲକ ଅନ୍ତର୍ଗତ କଳାବାଗ ଜାମଝରୀ ପଞ୍ଚାୟତର ମାଦି ଖୋଲ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ।
ସ୍ଵାଧୀନତା ଦିବସ ଅବସରରେ ସାର ସକାଳେ ପତ। କା ଉତ୍ତୋଳନ କରିଥିଲେ।
ତାପରେ ସାର ଘରକୁ ଚାଲିଯାଇଥିଲେ। ସଂଧ୍ୟାରେ ଆସି ପତାକା ଅବତରଣ କରିବାକୁ ନଆସିବାରୁ ପତାକା କାଲିଠୁ ଉଡୁଛି । ଯାହାକି ଜାତୀୟ ପତାକା ପ୍ରତି ଅସମ୍ମାନ । ଏହା ଏକ ଦଣ୍ଡନୀୟ ଅପରାଧ । ପ୍ରଧାନଶିକ୍ଷକଙ୍କ ଏଭଳି ଆଚରଣକୁ ଗ୍ରାମ ବାସୀ ତିବ୍ର ନିନ୍ଦା କରିବ। ସହ କାର୍ଯ୍ୟ।ନୁଷ୍ଠାନ ଦାବୀ କରିଛନ୍ତି ।
ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟିଦେଇ ସଂପୃକ୍ତ ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟା ନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *