ନୂତନ ନାଟ୍ୟ ଶୁଭାରମ୍ଭ ଉତ୍ସବ
Udaya_Labanya | August 16, 2021 | 27 views |0 | Breaking News
ବରଗଡ଼:-୧୭/୮(ସତ୍ୟ ନାରାୟଣ ପ୍ରଧାନ)
ବରପାଲି ବ୍ଲକ ବଡ଼ଗାଁ କାର୍ଯ୍ୟାଳୟ ଠାରେ ଶ୍ରୀ ଶ୍ରୀ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ,କୁମ୍ଭାରୀର ବରପାଲି ର ବ୍ରଜେଶ୍ବରୀ ଦେବୀ ଙ୍କ ପୂଜା ସହ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିଷଦର ନୂତନ ନାଟ୍ୟ ଶୁଭାରମ୍ଭ ପାଇଁ ପାଣ୍ଡୁଲିପି ପୂଜନ ହୋଇଥିଲା। ଗୁରୁ ଭାଗବତ ପ୍ରଧାନ କର୍ତ୍ତା କାର୍ଯ୍ୟ ତୁଲାଇଥିଲେ। ଏଥିରେ ବ୍ରଜେଶ୍ବରୀ ନୃତ୍ୟ କଳା ପରିଷଦ କୁମ୍ଭାରୀ ସହ ଜଡ଼ିତ ଥିବା ମହେନ୍ଦ୍ର କୁମାର ମେହେର, ଡଃ ସୁବଳ ମାଝୀ, ବୀରେନ୍ଦ୍ର ନାଗ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।