#Breaking News

ପୁଣି ଜନନୀ ଯନ୍ତ୍ରଣା, ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ବାଟରେ ପ୍ରସବ

.
ଫୁଲ ବାଣୀ- ୧୨/୮(ସୁନୀଲ ପଟନାୟକ)
ପୁଣି ଜନନୀ ଯନ୍ତ୍ରଣା, ରାସ୍ତା ସାଜିଲ। ବାଧକ ।
ଆମ୍ବୁଲାନ୍ସ ଗାଁରେ ପହଞ୍ଚି ପାରିଲାନି। ଫଳରେ ପ୍ରସୂତୀ କୁ ଖଟରେ ବୋହି ଆଣି ଲା ବାଟରେ ପ୍ରସବ ହେଲା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଜୁରୀ ପଡ଼ା ବ୍ଲକ୍ ଅନ୍ତର୍ଗତ ସୁଡରୁଗୁମ୍ପା ଗ୍ରାମପଞ୍ଚାୟତର ଦଡ଼ମାସ୍କା ଗ୍ରାମରେ।
ଗ୍ରାମ ର ବିଜୟ କହରଙ୍କ ପତ୍ନୀ ସସ୍ମିତ । ଙ୍କ ପ୍ରସବ ବେଦନା ହେବାରୁ ଆମ୍ବୁଲାନ୍ସକୁ ଘର ଲୋକେ ଫୋନ କରିଥିଲେ। ହେଲେ ଆମ୍ବୁଲାନ୍ସ ଆସିଲା କିନ୍ତୁ ଗ୍ରାମକୁ ଯାଇ ନ ପାରିବାରୁ ସସ୍ମିତ । କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପାଖକୁ ଆଣିବା ବେଳେ ବାଟରେ ସସ୍ମିତ । ଙ୍କ ପ୍ରସବ ହୋଇଥିଲା। ତେବେ ଆଶା ଦିଦି ସମସ୍ତ ସେବା ଯୋଗାଇଦେବା ସହ ଆମ୍ବୁଲାନ୍ସରେ ଫୁଲ ବାଣୀ ଡାକ୍ତରଖାନା କୁ ଆଣିଥିବା ଜଣାପଡିଛି । ମା ଓ ନବଯାତ ଶିଶୁ ସୁସ୍ଥ ଥିବା ଜଣାପଡିଛି ।
ତେବେ ସ୍ଵାଧୀନତାର ୭୪ ବର୍ଷ ପରେ ବି ଗ୍ରାମକୁରାସ୍ତା ନିର୍ମାଣ ନହେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀ କହିଛନ୍ତି ।

Leave a comment

Your email address will not be published. Required fields are marked *